ରକ୍ତମୁଖା ଭାଲୁ ଗାଁରେ ପସି ୮ ଜଣଙ୍କୁ କଲା ଘାଇଲା,ଗାଁରେ ଭାଳେଣି

ନୂଆପଡା : ନୂଆପଡାରେ ଭାଲୁ ଆତଙ୍କ । ଏକ ଗାଁରେ ପଶି ଆତଙ୍କ  ଚଳାଇଛି ଭାଲୁ । ରକ୍ତମୁଖା ଭାଲୁ ଏମିତି ମାତିଛି ଯେ ତାର ଆକ୍ରଣରେ ୮ ଜଣ ଲୋକ ଘାଇଲା ହୋଇ ଚାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣଆ ଘଟିଛି   ନୂଆପଡା ବୋଡେନ ବ୍ଲକ କରଙ୍ଗାମାଳ ଗାଁରେ । ଗାଁରେ ଭାଲୁ ପସି ଆସି ୮ ଜଣଙ୍କୁ କାମୁଡି ପକାଇଛି । ଭାଲୁ କାମୁଡାରେ ଗୁରୁତର ଆଠ ଜଣଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସକାଳୁ ଗାଁରେ ଭାଲୁ ଆତଙ୍କ ଖେଳାଇଥିଲାବେଳେ ଭାଲୁ ଧରିବାକୁ ବନ ବିଭାଗ ଗାଁରେ ନପଙଂଚିବାକୁ ନେଇ ଲୋକଙ୍କ ଭିତରେ ଆତଙ୍କ ଦେଖାଦେଇଛି । ସଂଧ୍ୟା ହେବାରୁ ଭାଲୁ ଭୟ ବଢିବାରେ ଲାଗିଛି ।