ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ପାଇଁ ଭାରତୀୟ ଦଳ ଘୋଷଣା କଲା BCCI,ଫେରିଲେ ଜାଦେଜା

ନୂଆଦିଲ୍ଲୀ : ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ପାଇଁ ଭାରତୀୟ ଟିମ ଘୋଷଣା ହୋଇଛି । ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲ ମ୍ୟାଚ୍ ଏବଂ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଇଂଲଣ୍ଡ ବିପକ୍ଷରେ ୫ ଟିକିଆ ଟେଷ୍ଟ ମ୍ୟାଚ ଖେଳିବ ଭାରତ । ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛି ବିସିସିଆଇ ।

ଭାରତୀୟ ଦଳ : ରୋହିତ ଶର୍ମା, ଶୁଭମାନ ଗିଲ, ମୟଙ୍କ ଅଗ୍ରଓ୍ବାଲ, ​ ଚେତେଶ୍ବର ପୁଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ ( ଉପ ଅଧିନାୟକ), ହନୁମା ବିହାରୀ, ରିଷଭ ପନ୍ତ ( ଓ୍ବିକେଟ୍‌ କିପର), ରବିଚନ୍ଦ୍ରନ ଅଶ୍ବିନ୍‌, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସାମୀ, ମହମ୍ମଦ ସିରାଜ, ସାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, କେଏଲ ରାହୁଲ, ରିଦ୍ଧିମାନ ଶାହା(ଓ୍ବିକେଟ୍‌ କିପର) ।

ଷ୍ଟାଣ୍ଡବାଏ ଖେଳାଳୀ : ଅଭିମନ୍ୟୁ ଇଶ୍ବରନ୍‌, ପ୍ରସିଦ୍ଧ କ୍ରିଷ୍ଣା, ଆବେସ ଖାନ, ଆର୍ଜାନ୍‌ ନଗଓ୍ବସ୍‌ଓ୍ବାଲା

bcci declared indian cricket team for world test championship final