ମହିଳା ଟି-୨୦ ଚ୍ୟାଲେଞ୍ଜ ପାଇଁ  ବିସିସିଆଇ କଲା ଟିମ୍ ଘୋଷଣା 

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ) ମହିଳା ଟି-୨୦ ଚ୍ୟାଲେଞ୍ଜ ପାଇଁ ରବିବାର ତିନି ଟିମର ଘୋଷଣା କରିଛି। ଏହି ତିନି ଟିମର ନେତୃତ୍ୱ ନେବେ ହରମନପ୍ରୀତ କୌର୍, ସ୍ମୃତି ମନ୍ଧାନା ଓ ମିତାଲୀ ରାଜ୍।  ଏହି ଟୁର୍ଣ୍ଣାମେଣ୍ଟରେ ହରମନପ୍ରୀତ କୌର ସୁପରନୋଭା ନେତୃତ୍ୱ ନେବେ। ସେହିପରି ମିତାଲୀ ଓ ମନ୍ଧାନା ଯଥାକ୍ରମେ ଭେଲୋସିଟି ଓ ଟ୍ରାଏଲବ୍ଲେଜର୍ସ ଟିମର କ୍ୟାପଟେନ୍ ହେବେ। ଗତବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ହରମନପ୍ରୀତଙ୍କର ସୁପରନୋଭା ଟିମ୍ ମିତାଲୀ ରାଜଙ୍କ ଭେଲୋସିଟିକୁ ଫାଇନାଲରେ ୪ ୱିକେଟରେ ହରାଇ ଟାଇଟଲ୍ ଜିତିଥିଲା। ତିନୋଟି ଯାକ ଟିମରେ ଭାରତୀୟ ଖେଳାଳିଙ୍କ ବ୍ୟତୀତ ବିଦେଶୀ ତାରକା ମଧ୍ୟ ସ୍ଥାନ ପାଇଛନ୍ତି। ଏଥର ମହିଳା ଟି-୨୦ ଚ୍ୟାଲେଞ୍ଜ୍ ୟୁଏଇରେ ନଭେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ।
ବିସିସିଆଇ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମ ମ୍ୟାଚ୍ ସୁପରନୋଭା ଓ ଭେଲୋସିଟି ଅର୍ଥାତ୍ ହରମନପ୍ରୀତ କୌର୍ ଓ ମିତାଲୀ ରାଜଙ୍କ ଟିମ୍ ମଧ୍ୟରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ କରୋନାଭାଇରସ୍ ପରେ ଭାରତୀୟ ମହିଳା କ୍ରିକେଟର୍ ମଇଦାନକୁ ଫେରିବେ। ଏହି ମହାମାରୀ ବ୍ୟାପିବା ପରଠାରୁ ଭାରତୀୟ ମହିଳା କ୍ରିକେଟର୍ କୌଣସି ମ୍ୟାଚ୍ ଖେଳିନାହାନ୍ତି।

bcci announce three women t20 challenge teams 
ମହିଳା ଟି-୨୦ ଚ୍ୟାଲେଞ୍ଜ କାର୍ଯ୍ୟସୂଚୀ
୪।୧୧: ପ୍ରଥମ ମ୍ୟାଚ୍: ସୁପରନୋଭା ବନାମ ଭେଲୋସିଟି, ସନ୍ଧ୍ୟା ୭.୩୦
୫।୧୧: ୨ୟ ମ୍ୟାଚ୍: ଭେଲୋସିଟି ବନାମ ଟ୍ରାଏଲବ୍ଲାଜର୍ସ, ସନ୍ଧ୍ୟା ୭.୩୦
୭।୧୧: ତୃତୀୟ ମ୍ୟାଚ୍: ଟ୍ରାଏଲବ୍ଲାଜର୍ସ ବନାମ ସୁପରନୋଭା, ସନ୍ଧ୍ୟା ୭.୩୦
୯।୧୧: ଫାଇନାଲ୍‌: ସନ୍ଧ୍ୟା ୭.୩୦

bcci announce three women t20 challenge teams