କୋରୋନା ଭୟ; ରାଜମହଲକୁ ଉଠିଲା ୟୁନିଟ୍‌-୧ ହାଟ

ଭୁବନେଶ୍ୱର: କୋରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ଦିନ ପର୍ଯ୍ୟନ୍ତ ଭାରତ ଲକ୍ ଡାଉନ୍ କରିଥିବାବେଳେ ଚାରିଆଡେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ତେବେ ଆବଶ୍ୟକୀୟ ଜିନିଷକୁ ଛାଡିଦେଲେ ଦୋକାନ ବଜାର ବନ୍ଦ ରହିଛି । ତେବେ ପନିପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିଛି।  ହେଲେ ସାମାଜିକ ଦୂରତ୍ୱ ରକ୍ଷା ଲାଗି ଭୁବନେଶ୍ୱର ସ୍ଥିତ  ୟୁନିଟ୍‌-୧ ହାଟକୁ ରାଜମହଲ ଛକକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି।

ୟୁନିଟ-୧ ହାଟର ପରିବା ବ୍ୟବସାୟୀ ଏଜି ଛକରୁ ରାଜମହଲ ମଧ୍ୟରେ ବସିବେ।  ୟୁନିଟ୍-୧ ହାଇସ୍କୁଲ ପଡ଼ିଆରେ ମଧ୍ୟ କିଛି ବ୍ୟବସାୟୀ ବସିବେ। ହାଟରେ ଗହଳି ହେଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।  ତୁରନ୍ତ ହାଟ ଖାଲି ପାଇଁ ବ୍ୟବସାୟୀମାନଙ୍କୁ ବିଏମ୍‌ସି ନିର୍ଦ୍ଦେଶ ଦେଇଛି। ମହାମାରୀ କରୋନା ପାଇଁ ହାଟକୁ ୪୫ ଦିନ ଲାଗି ସ୍ଥାନାନ୍ତର କରିବାକୁ ନିଷ୍ପତି ନିଆଯାଇଛି।