ଭୁବନେଶ୍ୱର: ସିଲ୍ ହେଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ରଜ ପାଇଁ ମାର୍କେଟରେ ପ୍ରବଳ ଗହଳି ଲାଗିବା ସହ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ନଥିଲା । ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ ଜୋନାଲ ଡେପୁଟି କମିଶନର । କରୋନା ସଂକ୍ରମଣ ଆଶଙ୍କା ଥିବାରୁ ବିଏମସି ଜୋନାଲ ଡେପୁଟି କମିଶନର ସିଲ୍ କରିଥିବା ସୂଚନା ମିଳିଛି । ରଜ ବଜାର ପାଇଁ ଲୋକେ ସଂପୂର୍ଣ୍ଣ ଭାବେ କରୋନା ଡରକୁ ଭୁଲି କିଣାକିଣି କରୁଥିଲେ । ଏହା ନଜରକୁ ଆସିବା ପରେ ସିଲ୍ କରାଯାଇଛି । ପୋଲିସ ଉପସ୍ଥିତ ରହି ନିୟନ୍ତ୍ରଣ କରିବା କାଠିକର ପାଠ । ଲୋକମାନେ କେହି କାହାକୁ ନମାନି କିଣାକିଣି କରୁଥିଲେ । ଗହଳି ସାମାନ୍ୟ ଧରଣର ନଥିଲା । ପୋକମାଛି ପରି ଗ୍ରାହକ ଗହଳି କରିବାରୁ ଏହି ପଦକ୍ଷେପ ନିଆଯାଇଛି ।