ଆସନ୍ତାକାଲିଠାରୁ ଭୁବନେଶ୍ୱର-କଟକ ମଧ୍ୟରେ ଚାଲିବ ବସ୍‌

ଭୁବନେଶ୍ୱର: କାଲିଠାରୁ ଭୁବନେଶ୍ୱର-କଟକ ମଧ୍ୟରେ ବସ୍ ଚାଲିବ। ତେବେ ସରକାରୀ ଚାକିରିଆଙ୍କ ସୁବିଧା ପାଇଁ କେବଳ ଗୋଟିଏ ବସ୍ ଚାଲିବ। ରାଜ୍ୟ ସଡ଼କ ପରିବହନ କର୍ତୃପକ୍ଷ ଏହି ବସ୍ ଚଲାଇବେ। ବସ୍‌ଟି ଅଫିସ୍ ଟାଇମ୍‌ରେ ଯା’ଆସ କରିବ। ଭଡ଼ା ୩୦ ଟଙ୍କା ରଖାଯାଇଛି। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି।