ଅଗଷ୍ଟ ୧୫ରେ ଅକ୍ଷୟ କୁମାର-ଜନ୍ ଆବ୍ରାହମ୍ ମଧ୍ୟରେ ଲଢ଼େଇ

ନୂଆଦିଲ୍ଲୀ : ଚଳିତ ବର୍ଷ ସ୍ୱତନ୍ତ୍ରତା ଦିବସ ଅବସରରେ ଦୁଇଟି ବଡ ଫିଲ୍ମ ରିଲିଜ ହେବାକୁ ଯାଉଛି । ଜନ ଆବ୍ରାହମଙ୍କ ବାଟଲା ହାଉସ୍ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ମିଶନ ମଙ୍ଗଲର ଟକ୍କର ହେବାକୁ ଯାଉଛି । ଏହି...

ନୂଆଦିଲ୍ଲୀ : ଚଳିତ ବର୍ଷ ସ୍ୱତନ୍ତ୍ରତା ଦିବସ ଅବସରରେ ଦୁଇଟି ବଡ ଫିଲ୍ମ ରିଲିଜ ହେବାକୁ ଯାଉଛି । ଜନ ଆବ୍ରାହମଙ୍କ ବାଟଲା ହାଉସ୍ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ମିଶନ ମଙ୍ଗଲର ଟକ୍କର ହେବାକୁ ଯାଉଛି । ଏହି ଦୁଇ ନାୟକ କିଛି ଦିନ ହେବ ନନ ରୋମାଣ୍ଟିକ୍ ଫିଲ୍ମ ଠାରୁ ଦୂରରେ ଅଛନ୍ତି । କିନ୍ତୁ ଏହି ଦୁଇ ତାରକା ଯେତେବେଳେ ଆମ୍ନାସାମ୍ନା ହୁଅନ୍ତି ସେହି ସମୟରେ ଅକ୍ଷୟ କୁମାର ଭାରୀ ପଡନ୍ତି । 

ଜନ ଆବ୍ରାହିମଙ୍କ ଫିଲ୍ମ ବାଟଲା ହାଉସ୍ ୨୦୦୮ରେ ଦିଲ୍ଲୀର ଜାମିୟା ନଗରରେ ହୋଇଥିବା ବିବାଦୀୟ ଏନକାଉଣ୍ଟର ଉପରେ ଆଧାରିତ । ନିଖିଳ ଆଡଭାନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଜନ ଆବ୍ରାହିମଙ୍କ ବ୍ୟତୀତ ମୃଣାଳ ଠାକୁର, ରବି କିଶନ ଏବଂ ନୋରା ଫତେହୀ ମୁଖ୍ୟ ଭୂମିକାରେ ଅଛନ୍ତି । ତେବେ ଏହି ଫିଲ୍ମ ରିଲିଜ ହେବାର ପ୍ରଥମ ଦିନରେ ୧୮ରୁ ୨୦ କୋଟି ବ୍ୟବସାୟ କରିବ ବୋଲି ଆକଳନ କରାଯାଇଛି ।

ସେହିପରି ଅକ୍ଷୟ କୁମାରଙ୍କ ଫିଲ୍ମ ମିଶନ ମଙ୍ଗଲ ମଧ୍ୟ ସ୍ୱତନ୍ତ୍ରତା ଦିବସରେ ବାଟଲା ହାଉସକୁ ଟକ୍କର ଦେବାକୁ ପରଦାରେ ଆସୁଛି । ସୁପର ସିନେମାର ଅନୁମାନ ମୁତାବିକ ମିଶନ ମଙ୍ଗଲ ପ୍ରଥମ ଦିନରେ ୨୧ରୁ ୨୩ କୋଟି ବ୍ୟବସାୟ କରିପାରେ ବୋଲି ଅନୁମାନ କରାଯାଉଛି । ଏହି ଫିଲ୍ମରେ ବିଦ୍ୟା ବାଲନ, ତାପସୀ ପନ୍ନୁ, ସୋନାକ୍ଷୀ ସିହ୍ନା, କୃତି କୁଲ୍ହାରୀ, ଶରମନ ଜୋଶୀ ଏବଂ ନିତ୍ୟା ମେନନ ମୁଖ୍ୟ ଭୂମିକାରେ ଅଛନ୍ତି । ତେବେ ଏହି ଦୁଇ ଫିଲ୍ମ ମଧ୍ୟରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି । 

Spread the love
Categories
ମନୋରଞ୍ଜନ

RELATED BY

  • ‘ସୁପର୍‌ଷ୍ଟାର୍‌ ସିଙ୍ଗର୍‌’ ହେଲେ ପ୍ରୀତି

    ମୁମ୍ୱାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ସୁପର୍‌ଷ୍ଟାର୍‌ ସିଙ୍ଗର୍’ ରବିବାର ଶେଷ ହୋଇଯାଇଛି। ଏଥିରେ ପଶ୍ଚିମବଙ୍ଗର ପ୍ରୀତି ଭଟ୍ଟାଚାର୍ଯ୍ୟ ବିଜୟୀ ହୋଇଛନ୍ତି। ପୁରସ୍କାର ବାବଦକୁ ତାଙ୍କୁ ବିଜୟୀ ଟ୍ରଫି ସହିତ ୧୫ ଲକ୍ଷ ଟଙ୍କାର...
  • ସଲମାନ ଖାନଙ୍କୁ ହତ୍ୟା ଧମକ

    ମୁମ୍ବାଇ:ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଜୀବନରେ ମାରି ଦେବାକୁ ଧମକ ଦିଆଯାଇଛି । ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ଧମକ ଦିଆଯାଇଛି । ଏହି ପୋଷ୍ଟ ଭାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।...
  • “ଡ୍ୟାନ୍ସ ଦିୱାନେ-୨”ର ବିଜୟ ମୁକୁଟ ପିନ୍ଧିଲେ ବିଶାଲ

    ମୁମ୍ବାଇ: ଟେଲିଭିଜନର ପପୁଲାର ଡ୍ୟାନ୍ସ ରିଆଲିଟି ଶୋ ‘ ଡ୍ୟାନ୍ସ ଦିୱାନେ-୨ର ଫିନାଲେ ସରିଛି । ଶୋ ‘ରେ ବିଜେତାଙ୍କ ନାମ ଘୋଷଣା କରିଛନ୍ତି ସଲମାନ ଖାନ୍ । ଜାମସେଦପୁରର ବିଶାଲ ସୋନକର ହୋଇଛନ୍ତି ୨ୟ ସିଜିନର ବିଜେତା ।...
  • ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ପରଲୋକ

    ହାଇଦ୍ରାବାଦ:  ପପୁଲାର ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ୩୯ ବର୍ଷରେ ମୃତ୍ୟୁ ହୋଇଛି । ୧୫୦ରୁ ଉର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିସାରିଥିବେ ବେଣୁ କିଡନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ସୂଚନାଯୋଗ୍ୟ, କିଡନି ଟ୍ରାନ୍ସପ୍ଲାଣ୍ଟ...