ବରୁଣଙ୍କ ଅପୋଜିଟରେ ଦେଖାଦେବେ ସାରା

ବଲିଉଡ୍ ଅଭିନେତା ବରୁଣ ଧାୱନଙ୍କୁ ଖୁବ୍ ଶୀଘ୍ର ସାରା ଅଲ୍ଲୀ ଖାନଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ । ଏହି ଅପକମିଂ ଫିଲ୍ମର ସୁଟିଂ ଚଳିତବର୍ଷ ଅଗଷ୍ଟ ମାସରୁ ଆରମ୍ଭ ହେବା ନେଇ ସୂଚନା ମିଳିଛି । ତେବେ ଜାଣିଛନ୍ତି ଏହି ଫିଲ୍ମଟି ହେଉଛି ସୁପରହିଟ୍ ଯୋଡି ଗୋବିନ୍ଦା ଏବଂ କରିସ୍ମା କପୁରଙ୍କ ଫିଲ୍ମ ‘କୁଲି ନମ୍ବର ୱାନ୍’ର ରିମେକ୍ ।

୧୯୯୫ରେ ଆସିଥିବା ‘କୁଲି ନମ୍ବର ୱାନ୍ ରେ ଗୋବିନ୍ଦା ଏବଂ କରିସ୍ମା କପୁର ମୁଖ୍ୟ ଭୂମିକାରେ ଥିଲେ । ଏବେ ବରୁଣ ଧାବନ ଏହି ଫିଲ୍ମରେ ନିଜ ହିସାବରେ ତଡକା ଲଗାଇବେ । ପୁରୁଣା ଫିଲ୍ମରୁ ୨ଟି ଗୀତ ଏହି ଫିଲ୍ମରେ ରହିବ ବୋଲି ଖବର ମିଳିଛି । ତେବେ ଫିଲ୍ମ ଆସିବା ନେଇ ସୂଚନା ମିଳିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଏବେ ଉତ୍ସାହ ବଢିଯାଇଛି । ଏହି ଫିଲ୍ମରେ ବରୁଣଙ୍କ ଲୁକ ଗୋବିନ୍ଦାଙ୍କ ଲୁକ ଠାରୁ ଭିନ୍ନ ରହିବ । ତେବେ ବରୁଣଙ୍କ ପାଇଁ କେଉଁ ପ୍ରକାରର ଲୁକ ଫାଇନାଲ କରାଯାଇଛି ତାହା ଏବେ ଦେଖିବା ବାକି ରହିଛି ।