ପ୍ରିନ୍ସ କଲେଜର ମେଧାବୀ ଛାତ୍ରୀ ବବିତା ପାଇଲେ ଆଇଆଇଟି

ବାରିପଦା: ବାରିପଦା ପାଲବଣୀସ୍ଥିତ ପ୍ରିନ୍ସ ରେସିଡେନସିଆଲ କଲେଜର ଛାତ୍ରୀ ବବିତା ବିନ୍ଧାଣୀ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରି କଲେଜପାଇଁ ଗୌରବ ଆଣିଦେଇଛନ୍ତି । ଚଳିତ ୨୦୨୦ ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୫ତମ ସ୍ଥାନ ଅଧିକାର କରି ଦେଶର ଶ୍ରେଷ୍ଠ ଆଇଆଇଟି ଖଡଗପୁର ଆଇଆଇଟିରେ ଆୟାଏଡ୍ ଜିଓଲୋଜି ପଢ଼ିବା ନିମନ୍ତେ ଯୋଗ୍ୟତା ହାସଲ କରିଅଛନ୍ତି । ମେଧାବୀ ଛାତ୍ରୀ ବବିତା ରାଇରଙ୍ଗପୁର ବ୍ଲକର ଶିମିଳିପାଳ ଗ୍ରାମର ଏକ ନିମ୍ନ ମଧ୍ୟବିତ ପରିବାରରୁ ଆସି ପ୍ରିନ୍ସ ଆବାସିକ କଲେଜରୁ +୨ ବିଜ୍ଞାନରେ ସଫଳତାର ସହ ଉତୀର୍ଣ୍ଣ ହୋଇ +୩ ବିଜ୍ଞାନରେ ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟରୁ ମଧ୍ୟ ସଫଳତାର ସହ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ । ବବିତା ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କର ପିତା, ମାତା ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଶେଷ କରି +୨ ବିଜ୍ଞାନରେ ଅଧ୍ୟୟନ କରୁଥିବା ପ୍ରିନ୍ସ ରେସିମେନସିଆଲ କଲେଜର ଉଚ୍ଚକୋଟୀର ଶିକ୍ଷାଦାନ ପଦ୍ଧତି, ଉତମ ଶିକ୍ଷା ପରିବେଶ, ସମସ୍ତ ଦକ୍ଷ ଏବଂ ଅଭିଜ୍ଞ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି । ତାଙ୍କର ଏହି ସଫଳତା ନିମନ୍ତେ କଲେଜ କର୍ତୃପକ୍ଷ ତାଙ୍କୁ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ତାଙ୍କର ଉତୋରତର ଉନ୍ନତି ପାଇଁ ଶୁଭକାମନା କରିଛନ୍ତି ।