ଏ.ଏନ.ଏମ କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା: ବାରିପଦାର ୧୯ନଂ ୱାର୍ଡ, ବାଘରାରୋଡ଼ ଅଞ୍ଚଳରେ ରହୁଥିବା ଜଣେ ଏ.ଏନ.ଏମ. କର୍ମୀ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।  ମୃତା ମହିଳାଙ୍କ ଶଶୁର ଘର ପକ୍ଷରୁ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ତାଙ୍କ ବାପଘର ପକ୍ଷରୁ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି।

ମିଳୁଥିବା ସୂଚନା ଅନୁଯାୟୀ ମୃତା ମୋନାଲିସା ଗିରି ୪ ବର୍ଷ ପୂର୍ବେ ବାରିପଦା ସହର ର ବିମଲ ଚନ୍ଦ୍ର ଘୋଷଙ୍କ ପୁତ୍ର ବିଷ୍ଣୁପଦ ଘୋଷ ଙ୍କୁ ପ୍ରେମ ବିବାହ କରିଥିଲେ।ରବିବାର ଦିନ ସକାଳ ୧୦ ଟା ସମୟରେ ମୋନାଲିସା ତାଙ୍କ ମାଆ ସହିତ ମୋବାଇଲ ରେ କଥା ହୋଇଥିବା ବେଳେ ଦିନ ୧୨ଟା ସମୟରେ ହଠାତ ଝିଅର ଶଶୁର ଘରେ ପକ୍ଷରୁ ତାଙ୍କ ଝିଅ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବାର ଖବର ଆସିଥିଲା।