ଗଣତନ୍ତ୍ରରେ ଆଗ ଲୋକଙ୍କ ଭଲ ମୁଲିଆ ହୁଅ , ଆପେ ଭଲ ନେତା ହୋଇଯିବ : ପ୍ରଣବ ପ୍ରକାଶ

ମୟୁରଭଞ୍ଜ ଜିଲ୍ଲା ବିଜେଡି ସାଙ୍ଗଠନିକ ବୈଠକରେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପରାମର୍ଶ

ଭୁବନେଶ୍ୱର : ମୁଁ ତମ ମୁଲିଆ, କାମ କରିବାକୁ ଆସିଛି ମୟୁରଭଞ୍ଜକୁ । ତମେ ଲୋକଙ୍କ ମୁଲିଆ ହୁଅ । ଗଣତନ୍ତ୍ର ଶାସନରେ ଲୋକେ ହେଉଛନ୍ତି ସବୁକିଛି । ତେଣୁ ଲୋକଙ୍କ ସେବା କର ପ୍ରଥମେ । ତାପରେ ଆପେଆପେ ତମେ ନେତା ହୋଇଯିବ । ଯେ ପର୍ଯ୍ୟନ୍ତ କର୍ମୀ ଓ ନେତାଙ୍କ ମଧ୍ୟରେ ସମନ୍ୱୟ ଠିକ ହେବ ନାହିଁ ସେତେବେଳେ ଯାଏ ଆମେ ଅଧିକ ଶକ୍ତିଶାଳୀ ହୋଇପାରିବା ନାହିଁ । ଯିଏ କାମ କରିବ ସେ ନେତା ହେବ  ।
ଶୁକ୍ରବାର ମୟୁରଭଞ୍ଜ ଜିଲ୍ଳାର ବିଜେଡ଼ି ସାଂଗଠନିକ ସ୍ଥିତିିର ନିର୍ବାଚନୀ ମଣ୍ଡଳୀର ସମୀକ୍ଷା ବେଳେ ଏପରି ଚରମବାଣୀ ଶୁଣାଇଛନ୍ତି ଜିଲ୍ଳା ପର୍ଯ୍ୟବେକ୍ଷକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) । ଯାହାକୁ ଏବେ ମୟୁରଭଞ୍ଜରୁ ରାଜଧାନୀ ଯାଏ ଚଚ୍ଚାର୍ର ବିଷୟ । ମୟୁରଭଞ୍ଜରେ ବିଜେଡ଼ିକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ୨୦୧୯ ନିବାର୍ଚନ ପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ସବୁଠାରୁ ବିଶ୍ୱସ୍ତ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଜିଲ୍ଳାର ଦାୟିତ୍ୱ ଦେଲେ । କାରଣ ୨୦୧୯ ନିର୍ବାଚନରେ ମୟୁରଭଞ୍ଜର ୯ଟି ବିଧାନସଭା କ୍ଷେତ୍ରରୁ ବିଜେଡି ୬ଟିରେ ପରାଜୟ ହୋଇଛି । ଏହାଛଡ଼ା ଗୋଟିଏ ସଂସଦୀୟ କ୍ଷେତ୍ର ବି ଦଳ ହରାଇଛି । ଏହା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିନ୍ତାରେ ପକାଇଥିଲା । ତେଣୁ ଯେଉଁଠି ବିଜେଡ଼ି ସଂଗଠନ ଦୁର୍ବଳ ହୁଏ ସେଠାରେ ନବୀନ ପ୍ରଣବକୁ ଖୋଜନ୍ତି । ମୟୁରଭଞ୍ଜର ପର୍ଯ୍ୟବେକ୍ଷକ ଦାୟିତ୍ୱ ନେବା ପରେ ପ୍ରଥମେ ଜିଲ୍ଳାରେ ଥିବା ଗୋଷ୍ଠୀ ବିବାଦ କିପରି ଦୂର ହେବ ସେନେଇ ପ୍ରଣବ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ସିଧାସିଧା ଦୁଇ ପୂର୍ବତନ ପର୍ଯ୍ୟବେକ୍ଷକ ଅରୁଣ ସାହୁ ଓ ସଂଜୟ ଦାସ ବମାର୍ଙ୍କ ଉପସ୍ଥିତିରେ ନେତା ଓ କର୍ମୀଙ୍କୁ ଶୁଣାଇଥିଲେ ଆଗକୁ ମୟୁରଭଞ୍ଜ ବିଜେଡ଼ିରେ ଗୋଷ୍ଠୀ ରହିବ ନାହିଁ । ଏଠି କେହି କାହାର ଲୋକ ନୁହେଁ, ସଭିଁଏ ନବୀନଙ୍କ ଲୋକ ।
: ବିଜେଡ଼ି ଜିଲ୍ଳାରେ କିପରି ଅଧିକ ଶକ୍ତିଶାଳୀ ହେବ ସେନେଇ ଗେମପ୍ଲାନ ପ୍ରସ୍ତୁତ କରିଥିଲେ । ଯାହା ଧୀରେଧୀରେ ସଫଳ ହେବାରେ ଲାଗିଛି । ଯାହା ଫଳ ସ୍ୱରୂପ ସଭ୍ୟ ସଂଗ୍ରହ ଅଭିଯାନରେ ମୟୁରଭଞ୍ଜ ଜିଲ୍ଳା ଏବେ ବେଶ ଆଗରେ । ଯେଉଁ ଟାଗେର୍ଟ ଦିଆଯାଇଥିଲା ତାହା ବି ପୂରଣ ହେଲାଣୀ । ଆଜି ଯାଏ ସଭ୍ୟ ସଂଗ୍ରହ ୫୪ହଜାରରେ ପହଞ୍ଚିଲାଣୀ । ଆଗକୁ ୬୫ ହଜାର ଲକ୍ଷ ବି ପୂରଣ ହେବ । ମୟୁରଭଞ୍ଜରେ ପ୍ରଣବ ବିଜେଡ଼ି ସଂଗଠନକୁ ଯେପରି ସକ୍ରୀୟ କରିଛନ୍ତି ତାହା ଏବେ ବିରୋଧୀଙ୍କୁ ଚିନ୍ତାରେ ପକାଇଛି ।