କଲ୍ କଲେ ଘରକୁ ଆସିବେ ବାରିକ

ରାଉଲକେଲା: ଲକ୍ ଡାଉନ୍ ପାଇଁ କଲ୍ କଲେ ଘରକୁ ବାରିକ ଆସି ଖିଅର କରିବେ । ଏନେଇ ରାଉଲକେଲା ମହାନଗର ନିଗମ ସହ ଆଲୋଚନା ପରେ ବାରିକ ସଂଘ ନିଷ୍ପତି ନେଇଛି । ଏହି ସେବା କେବଳ ମହାନଗର ନିଗମ ଅଂଚଳ ରେ ଉପଲବ୍ଧ ରହିବ।

ଲକ୍‌ଡାଉନ୍‌ ଯୋଗୁ ମହାନଗର ନିଗମ ଅଂଚଳରେ ସବୁ ସେଲୁନ୍‌ ବନ୍ଦ ରହିଛି। ଯେଉଁଥିପାଇଁ ସହରର ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଏହି ସମସ୍ୟାର ସମାଧାନ ପାଇଁ ରାଉରକେଲା ମହାନଗର ନିଗମ ବାରିକ ମହାସଂଘ ସହ ଆଲୋଚନା କରିଥିଲା। ଲକ୍‌ଡାଉନ୍‌ ସମୟରେ ଯେ କୌଣସି ବ୍ୟକ୍ତିଙ୍କଠାରୁ ଫୋନ୍‌ ପାଇଲେ ଘରକୁ ଯାଇ ବାରିକମାନେ ସେବା ଯୋଗାଇଦେବେ ବୋଲି ରାଜି ହୋଇଛନ୍ତି। ଏଥିଲାଗି ତିନୋଟି ମୋବାଇଲ ନମ୍ବର ଜାରି କରାଯାଇଛି। ନମ୍ବର ଗୁଡିକ ହେଲା-୯୩୩୭୪୦୦୮୯୮୧,  ୯୩୩୭୪୦୦୮୯୧,  ୮୮୯୫୯୮୮୫୪।  ଏହି ମୋବାଇଲ୍‌ ନମ୍ୱରରେ ଯୋଗାଯୋଗ କଲେ ବାରିକ ପହଂଚି ସେବା ଯୋଗାଇବ ବୋଲି ମହାନଗର ନଗମ ପକ୍ଷରୁ ସ୍ପଷ୍ଟ କରାଯାଇଛି।