ରାତିରେ ଚୋରୀ ହୋଇଥିବା ଗାଡି , ସନ୍ଧ୍ୟାରେ ଉଦ୍ଧାର

ଗାଡି ଚୋରୀରେ ସାମ୍ବାଦିକ ଙ୍କ ସମ୍ପୃକ୍ତି ନେଇ ସନ୍ଦେହ

ବରଗଡ: ରାତିରେ ଚୋରୀ ହୋଇଥିବା ଗାଡି ,ସନ୍ଧ୍ୟାରେ ଉଦ୍ଧାର । ଗାଡି ଚୋରୀ ରେ ଜଣେ ସୋସିଆଲ ମିଡିଆ ଓ ଦୈନିକ ଭାସ୍କର ଖବର କାଗଜରେ ସାମ୍ବାଦିକ ଙ୍କ ସମ୍ପୃକ୍ତି ଥିବା ନେଇ ବରଗଡ଼ ଥାନା ରେ ଲିଖିତ ଅଭିଯୋଗ ହୋଇଛି । ଏହା ଏବେ ବରଗଡ଼ ସହର ରେ ଚର୍ଚ୍ଚା ର ବିଷୟ ହୋଇଛି ।ବରଗଡ଼ ପୋୖରାଞ୍ଚଳ ର ଶିବାନନ୍ଦ ନଗର ସ୍ଥିତ ମହାରାଜା କଲୋନୀ ରେ ରହୁଥିବା ପ୍ରମୋଦ ମହାନ୍ତି (ଲିଟୁ)ସବୁଦିନ ପରି ଗତ ୯ ତାରିଖ ରାତିରେ ତାଙ୍କ ଚାରି ଚକିଆ ଯାନ OD 33 M 0775 ନମ୍ବର ବିଶିଷ୍ଟ କୃଇଜର କୁ ଘର ନିକଟରେ ରଖିଥିଲେ । ମାତ୍ର ୧୦ ତାରିଖ ସକାଳୁ ଗାଡି ଟି ସେଠାରେ ନଥିବାରୁ ବରଗଡ଼ ଟାଉନ ଥାନା ରେ ଗାଡିଟି ଚୋରି ହେଇଯାଇଥିବା ନେଇ ପ୍ରଥମେ ଲିଖିତ ଅଭିଯୋଗ କରିଥିଲେ ।

ତେବେ ଅପରାହ୍ନ ରେ ଲିଟୁ ଙ୍କ ଡ୍ରାଇଭର ଙ୍କ ପାଖକୁ ସମୀର ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଫୋନକରି ଗାଡି ଟିର ଠିକଣା ସମ୍ପର୍କରେ ଜାଣିବାକୁ ରାଜ୍ ଶର୍ମା ସହ କଥା ହେବାକୁ କହିଥିଲେ ।ପରେ ଲିଟୁ ରାଜ୍ ଶର୍ମା ସହ ଫୋନ ରେ କଥା ହେବାରୁ ସେ ୪୦ ହଜାର ଟଙ୍କା ଦେଲେ ଗାଡିର ଅବସ୍ଥିତି ଜଣେଇବେ ବୋଲି କହିଥିଲେ । ପରେ ୧୦ ହଜାର ଟଙ୍କା ରେ କଥା ଛିଣ୍ଡିବାରୁ ଗାଡି ଟି ବ୍ରହ୍ମଚାରୀ ରେ ଥିବା ରାଜ୍ ଶର୍ମା କହିଥିଲେ ।ସନ୍ଧ୍ୟାରେ କାଦୁଅ ରେ ଫସି ରହିଥିବା ଗାଡି କୁ ବ୍ରହ୍ମଚାରୀ ରୁ ଉଦ୍ଧାର କରାଯାଇଥିଲା ।

ତେବେ ଗାଡି କୁ ଉଦ୍ଧାର କରିବା ପରେ ଲିଟୁ ମହାନ୍ତି ଫୋନ ରେ ଗାଡି ର ଠିକଣା ବତେଇବା ଲାଗି ଅର୍ଥ ଦାବି କରିଥିବା ବ୍ୟକ୍ତି ଙ୍କ ବିରୋଧରେ ଆଉ ଏକ ଅଭିଯୋଗ କରିଛନ୍ତି ।ତେବେ ଫୋନ କଲ ଓ ଅଡିଓ ରେକର୍ଡ କୁ ଭିତ୍ତି କରି ଗାଡି ଚୋରି ରେ କେଉଁ ମାନଙ୍କ ସମ୍ପୃକ୍ତି ରହିଛି ସେ ନେଇ ବରଗଡ଼ ଟାଉନ ପୋଲିସ ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।ଏବଂ ରାଜ ଶର୍ମା କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ବରଗଡ଼ ଟାଉନ ପୋଲିସ ।