ମଣ୍ଡିରେ ପଡିଛି ଲକ୍ଷ ଲକ୍ଷ କ୍ୱିଣ୍ଟାଲ ଧାନ; ଯୋଗାଣ ଅଧିକାରୀ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ରଖି ଅସନ୍ତୋଷ ଚାଷୀଙ୍କ ଆନ୍ଦୋଳନ ଜାରି

ବରଗଡ଼: ରବି ଧାନ ଏ ପର୍ଯ୍ୟନ୍ତ ବିକି ପାରୁନାହାନ୍ତି ଚାଷୀ ଲକ୍ଷ କ୍ୱିଣ୍ଟାଲ ଧାନ ପଡିଛି ମଣ୍ଡିରେ ,ସେପଟେ ଖରଫ ଚାଷ ପାଇଁ ପ୍ରସ୍ତୁତ ହେବାକୁ ପଡୁଛି । ମଣ୍ଡି ଜଗିବେ ନା ଚାଷ ଆରମ୍ଭ କରିବେ ଏନେଇ ଅସନ୍ତୋଷ ଚାଷୀ ଯୋଗାଣ ଅଧିକାରୀ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ବସ୍ତା ପକାଇ କଲେ ବିକ୍ଷୋଭ ।

bargarh-news

ଭିଓ ୧-ବରଗଡ଼ ଜିଲ୍ଲା ରେ ରବି ଋତୁରେ ମୋଟ ୯୫ ହଜାର ୬୪୦ ହେକ୍ଟର ଧାନ ଚାଷ ହୋଇଥିବା ବେଳ ୫୭ ଲକ୍ଷ ୯୨ ହଜାର କ୍ୱିଣ୍ଟାଲ ଧାନ ସରକାରୀ ସ୍ଥରରେ କିଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ରଖା ଯାଇଥିଲା । ତେବେ ବର୍ତ୍ତ ମାନ ପର୍ଯ୍ୟନ୍ତ ୫୬ ଲକ୍ଷ ୯୮ ହଜାର କ୍ୱିଣ୍ଟାଲ ଧାନ ଯୋଗାଣ ବିଭାଗ ପକ୍ଷରୁ କିଣା ସରିଛି । ବଳକା ୧ ଲକ୍ଷ୨୫ ହଜାର କ୍ୱିଣ୍ଟାଲ ଧାନ ମଣ୍ଡି ମାନଙ୍କରେ ପଡି ରହିଛି । ତେବେ ମଣ୍ଡିରେ ପଡିରହିଥିବା ବଳକା ଧାନ ୧୪୨୭ ଜଣ ଚାଷୀଙ୍କର ବୋଲି ଜଣା ପଡିଛି । ଏହି ଚାଷୀ ମାନଙ୍କୁ ସରକାର ମେ ୮ ରୁ ଟୋକନ ଯୋଗାଇ ଥିଲେ ହେ ଜୁନ ୧୭ ପର୍ଯ୍ୟନ୍ତ ସେମାନେ ସେମାନଙ୍କ ଧାନ କୁ ଅମଳ କରି ଶୁଖାଇ ମଣ୍ଡିକୁ ଆଣିପରି ନଥିଲେ।ତେବେ ବିଳମ୍ବ ଯୋଙ୍ଗୁ ସେମାନଙ୍କ ଟୋକନ ଗୁଡିକ ରଦ୍ଧ ହୋଇ ଯାଇଥିଲା । ଫଳରେ ଧାନ ବିକ୍ରି କରି ପାରି ନଥିଲେ । ଯାହାକୁ ନେଇ ବାରମ୍ବାର ଜିଲ୍ଲା ପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଜଣାଇ ଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ଓ ଜିଲ୍ଲାପାଳ ୨୮ତାରିଖ ମନେ ଗତକାଲି ସୁଦ୍ଧା ସମସ୍ତ ଧାନ ଉଠିଯିବାକୁ ପ୍ରତିଶୃତି ଦେଇଥିଲେ ହେଲେ ଧାନ ମଣ୍ଡିରୁ ନ ଉଠିବାରୁ ତାତି ଥିଲେ ଚାଷୀ । ଧାନ କିଣା ବିକା ପ୍ରକ୍ରିୟା ରେ ବିଳମ୍ବ ଯୋଙ୍ଗୁ ଚାଷୀଙ୍କୁ ହଇରାଣ ହେବାକୁ ପଡୁଛି ।ଏ ଯାଏଁ ରବି ଧାନ ବିକ୍ରି କରି ପାରିନାହାନ୍ତି ପାଖରେ ପଇସା ନାହିଁ ନୂଆ ଚାଷ ପାଇଁ ଅଂଟା ଭିଡିବ ବା କିପରି । ହେଲେ ଖରିଫ ଚାଷ ଆରମ୍ଭ ହେଲାଣି ତାକୁ ନେଇ ବ୍ୟସ୍ତ ବିବ୍ରତ ଭେଡେନ ବ୍ଲକ ର ରେଶମ ,ପ୍ରଧାନ ପାଲି ଓ ସାଲେ ପାଲି ଅଂଚଳର ଶତାଧିକ ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀ ଓ ଜିଲ୍ଲା ପାଳଙ୍କ ଅଫିସ ଆଗରେ ଧାନ ପକାଇ ଆନ୍ଦୋଳନ ଜାରି ରଖିଛନ୍ତି ଧାନ ନ କିଣିବା ପର୍ଯ୍ୟନ୍ତ ଚାଷୀ ମନେ ଆନ୍ଦୋଳନ ରୁ ଓହରିବେ ନାହିଁ ବୋଲି ଜିଦ ଧରିଛନ୍ତି । ଏବଂ ସେ ଠାରେ ରୋଷେଇ କରି ଖାଇ ପଇ ଧାନ ବିକିବାକୁ ଅପେକ୍ଷା କରିଛନ୍ତି ।