ନିଜେ ନିଜସ୍ୱ ଉଦ୍ୟମରେ ତିଆରି କଲେ ଦୁଇ ପଂଚାୟତ ଲୋକଙ୍କ ପାଇଁ ରାସ୍ତା

ବରଗଡ଼: ଦେଶ ରେ ଏବେ କରୋନା ର କାୟା ବିସ୍ତାର ହୋଇଥିବା ବେଳେ ଆର୍ଥିକ ସ୍ଥିତି କୁ ନେଇ ସରକାରୀ ସାହାର୍ଯ୍ୟ ର ଅପେକ୍ଷା କରିବା ଅପେକ୍ଷା ନିଜେ ନିଜସ୍ୱ ଉଦ୍ୟମରେ ତିଆରି କରିଛନ୍ତି ଗାଁ ଲୋକଙ୍କ ଯାତାୟତ ପାଇଁ ରାସ୍ତା । ବରଗଡ଼ ର ବରଡୋଲ ପଂଚାୟତ ଓ ଖଳିଆ ପାଲି ପଂଚାୟତ ରାସ୍ତା କୁ ସଂଯୋଗ କରିଥିବା ମାତୃବିହାର ଠାରୁ ଶ୍ରୀ ଧାମ ନଗର ପର୍ଯ୍ୟନ୍ତ ୯୦୦ ମିଟର ରାସ୍ତା ବର୍ଷା ଦିନେ ଯାତାୟତ ପାଇଁ ଖାଲ ଖମା ରେ ଭର୍ତୀ କାଦୁଅ ପଚ ପଚ ବେହାଲ ଅବସ୍ଥାରେ ଯିବାକୁ ପଡୁଥିଲା ସହ ସହ ଲୋକଙ୍କୁ ।

bargarh news

ତେବେ ସ୍ଥାନୀୟ ବାସୀନ୍ଧାକ୍ରାନ୍ତି ଲାଲ ଝଗଡା,ରୂପକ ସାହୁ,ସଞ୍ଜୟ ପତି, ଜ୍ୟୋତିପ୍ରକାଶ ଦାଶ, କିଶୋର ଚନ୍ଦ୍ର ମେହେର,ଗଙ୍ଗାଧର ପ୍ରଧାନ ,ପର୍ଶୁରାମ ଚୌଧୁରୀ ଙ୍କ ମିଳିତ ଉଦ୍ୟମ ରେ ମାତୃବିହାର ଠାରୁ ଶ୍ରୀ ଧାମ ନଗର ପର୍ଯ୍ୟନ୍ତ ପ୍ରାୟ ୯୦୦ ମିଟର ମୁରୁମ ଓ ଚିପ୍ସ ଗୁଣ୍ଡ ପକାଇ ପ୍ରାୟ ୨ ଲକ୍ଷ ଟଙ୍କା ନିଜସ୍ୱ ପାଣ୍ଠିରୁ ସ୍ଥାନୀୟ ଲୋକଙ୍କ ସହଯୋଗ ରେ ତିଆରି କରିଛନ୍ତି ସର୍ବସାଧାରଣ ରାସ୍ତା ।