ବରଗଡ ବିଜେପି ପକ୍ଷରୁ ୱେସ୍କୋ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରାଉ

ଘନ ଘନ ବିଦ୍ୟୁତ୍ କାଟ

ବରଗଡ଼: ବରଗଡ଼ ରେ ତାପମାତ୍ରା ୪୫ରୁ୪୮ ଅସହ୍ୟ ଗରମ ରୁ ନିସ୍ତାର ନାହିଁ ।ସହରରେ ଘନ ଘନ ବିଦ୍ୟୁତ୍ କାଟ ଏବେ ଚରମ ସୀମାରେ ପହଁଚିଛି। ଜିଲ୍ଲାରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ ହେଉଥିବା ଯୋଗୁଁ ଜନସାଧାରଣ ଅତିଷ୍ଠ ହୋଇପଡିଲେଣି। ଗୋଟିଏ ପଟେ ପ୍ରବଳ ଗ୍ରୀଷ୍ମପ୍ରବାହ ତ ଅନ୍ୟ ପଟେ ବିଦ୍ୟୁତ୍ କାଟକୁ ନେଇ ଘରେ ରହିବା ମୁସ୍କିଲ ହୋଇପଡୁଛି। ୱେସ୍କୋର ଏହି ମନମୁଖୀ କାର୍ଯ୍ୟକୁ ବିରୋଧ କରି ଆଜି ବିଜେପି ବରଗଡ଼ ତରଫରୁ ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ୱେସ୍କୋ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରାଉ କରାଯାଇଛି।

bargarh bjp

ଏହି ସମସ୍ୟାର ସମାଧାନ ପାଇଁ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ବିଦ୍ୟୁତ୍ କାଟ ସମସ୍ୟାର ସମାଧାନ ପାଇଁ ତୁରନ୍ତ ବିହିତ ପଦକ୍ଷେପ ନେବେ ବୋଲି ୱେସ୍କୋ କାର୍ୟ୍ୟନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ଏହି ସମସ୍ୟାର ତୁରନ୍ତ ସମାଧାନ ନହେଲେ ବିଜେପି ତରଫରୁ ଆନ୍ଦୋଳତ୍ମକ କାର୍ୟ୍ୟକ୍ରମ ଗ୍ରହଣ କରାଯିବ ବୋଲି ୱେସ୍କୋ କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦିଆଯାଇଛି ବିଜେପି ପକ୍ଷରୁ। ଏଥିରେ ବରିଷ୍ଟ ନେତା ସୁରେଶ୍ଵର ଶତପଥୀ, ଅଶୋକ ପଣ୍ଡା, ରବିନାରାୟଣ ଦାଶ, ପ୍ରୀତମ ସିଂ, ଅବନିକାନ୍ତ ପଣ୍ଡା ପ୍ରମୁଖ ସଦସ୍ୟ ସାମିଲ ଥିଲେ।