ବିଜେପି ବରଗଡ଼ ଜିଲ୍ଲା ତରଫରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷ ପୁର୍ତ୍ତି ଅବସରରେ

ବରଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷ ପୁର୍ତ୍ତି ଅବସରରେ ,ଆଜି ବିଜେପି ବରଗଡ ଜିଲ୍ଲା ତରଫରୁ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସ୍ୱଭାପତିତ୍ୱରେ ଏକ ସାମ୍ବାଦିକ ସମ୍ବିଳନୀ ଆୟୋ ଜିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ବରଗଡ଼ ସାଂସଦ ସୁରେଶ ପୂଜାରୀ କେନ୍ଦ୍ର ସରକାରଙ୍କ ବିଗତ ଏକ ବର୍ଷର ଐତିହାସିକ ପଦକ୍ଷେପ ତଥା ଉନ୍ନୟନ ମୂଳକ କାର୍ଯ୍ୟକଳାପ ବିଷୟରେ ଆଲୋକପାତ କରିଥିଲେ।ଶ୍ରୀଯୁକ୍ତ ପୂଜାରୀ କେନ୍ଦ୍ର ସରକାର ନେଇଥିବା ଐତିହାସିକ ପଦକ୍ଷେପ ଯଥା ସମ୍ମିଧାନ ର ଧାରା ୩୭୦ , ୩୫ ଏ ର ଉଛେଦ, ଲଦ୍ଧାକୁ କେନ୍ଦ୍ର ଶାସିତ ଅଞ୍ଚଳ ର ମାନ୍ୟତା, ନାଗରିକତ୍ୱ ସଂଶୋଧନ ଵିଲ,ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ନ୍ୟାୟିକ କାର୍ଯ୍ୟ ପଦ୍ଧତି କୁ ତ୍ୱରାନ୍ୱିତ କରିବାରେ କେନ୍ଦ୍ର ସରକାରଙ୍କ ଆବଶ୍ୟକ ପଦକ୍ଷେପ କୁ ସ୍ୱାଗତ କରିବା ସହିତ ପ୍ରଧାନମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। କରୋନା ମହାମାରୀ କୁ ସଫଳତାର ସହ ନିୟନ୍ତ୍ରୀତ କରି ,ଏହି ସମୟରେ ଘୋର ଅସୁବିଧା ରେ ଥିବା କୃଷକ, ଶ୍ରମିକ,ବି. ପି.ଏଲ ପରିବାର ତଥା ଅନ୍ୟାନ୍ୟ ବହୁ ଶ୍ରେଣୀର ଲୋକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ପଦକ୍ଷେପ କୁ ସାଂସଦ ସ୍ୱାଗତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଙ୍କୁ ଜିଲ୍ଲା ଵିଜେପି ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା ପରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ସାଂସଦ ସୁରେଶ ପୂଜାରୀ ଓ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ବୃକ୍ଷରୋପଣ କରି ବିଶ୍ୱ ପରିବେଶ ଦିବସ ସମ୍ପର୍କରେ ସୂଚନା ଦେଇଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ସୁରେଶ୍ୱର ଶତପଥି, ଅରୁପାନନ୍ଦ ସାହୁ ,ଅଶୋକ ପଣ୍ଡା ,ରବି ନାରାୟଣ ଦାଶ, ପ୍ରୀତମ ସିଂହ, ସୁଶାନ୍ତ ମିଶ୍ର ,ଇରାଶିଷ ଆଚାର୍ଯ୍ୟ, ମିଲନ ସେଠ,ସୁବ୍ରତ ହୋତା, ଅବନିକାନ୍ତ ପଣ୍ଡା, ଯଦୁମଣି ଦାଶ, କୁଶ କୁମ୍ଭାର ,ଅମିତ ପଣ୍ଡା, ଦେବେଶ ଶତପଥୀ, ସୁଦାମ ମହାପାତ୍ର, ପରୀକ୍ଷିତ ଛତର, ସ୍ୱାଧୀନ ମହାପାତ୍ର, ଅଭିଜିତ ପାଲ, ବେଣୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।