ଦୁର୍ଦ୍ଦାନ୍ତ ଚିଆଁ ଗିରଫ

ବରଗଡ : ବିଭିନ୍ନ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ବୁଦ୍ଧଦେବ ବିଶ୍ୱାଳ ଓରଫ ଚିଆଁଙ୍କୁ ଗିରଫ କରିଛି ବରଗଡ଼ ପୁଲିସ୍‌। ଚିଆଁ ଘର ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଧୁଲୁଣ୍ଡା ଗାଁରେ । ଗତକାଲି ଚିଆଁ ୫୩ ନମ୍ବର ଜାତୀୟ ରାଜପଥର ଘୁଲିପାଲି ଛକଠାରେ ବୁଲାବୁଲି କରୁଥିବା ବେଳେ ପୁଲିସ୍‌ର ଏକ ଟିମ୍‌ ତାକୁ ଧରିବା ପାଇଁ ଯାଇଥିଲା । ପୁଲିସ୍‌କୁ ଦେଖି  ଖସି ପଳାଇବାକୁ ଚିଆଁ ଉଦ୍ୟମ କରୁଥିବା ବେଳେ ପୁଲିସ୍‌ ତାକୁ ଗୋଡାଇ ଗୋଡାଇ ଧରିଥିଲା । ତା’ ନିକଟରୁ  ଦେଶୀ ବନ୍ଧୁକ, ଗୁଳି, ମୋବାଇଲ ଜବତ କରାଯାଇଛି ।

ଚିଆଁ  ଜର୍ମୁଡା ଗାଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ମଧ୍ୟ ଜଣାଯାଇଛି। ଚିଆଁ ନାଁରେ ବରଗଡ ଟାଉନ ଥାନାରେ ୨ଟି, ଅମ୍ବାଭୋନା ଥାନାର ଗୋଟିଏ, ରେଙ୍ଗାଲି ଓ ଜମନକିରା ଥାନାରେ ଗୋଟିଏ ଲେଖାଁଏ ମାମଲା ରହିଛି । ଗତକାଲି ସାମ୍ବାଦିକ ସମ୍ମିଳନୀରେ ଏନେଇ ଏସ୍‌ପି ସୂଚନା ଦେଇଛନ୍ତି