ଆଜି ବରଗଡ ବନ୍ଦ

ବରଗଡ: ଆଜି ବରଗଡ ବନ୍ଦ । ସିଟି ହସ୍ପିଟାଲ ଦାବୀ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ବନ୍ଦକୁ ସମର୍ଥନ ଦେବାକୁ ଯାଇ ବରଗଡ ଜନସାଧାରଣରେ ସମସ୍ତ ଦୋକାନ ବଜାର ବନ୍ଦ ରଖିଥିବା ଦେଖାଦେଇଛି ।

ସହରରେ ଗମନା ଗମନ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିବା ବେଳେ ସହରରେ ଥିବା ସମସ୍ତ ଦୋକାନୀ ମାନେ ମଧ୍ୟ ବନ୍ଦକୁ ସମର୍ଥନ ଜଣାଇ ନିଜ ନିଜ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିଥିବା ଜଣାପଡ଼ିଛି । କୌଣସି ନିର୍ଦ୍ଦିଷ୍ଟ ଦଳ ଏଥିରେ ସାମିଲ ହୋଇନାହିଁ ଦଳ ମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ କରିଛି ।ସହରରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ,ବରଗଡ ଜିଲ୍ଲାରେ ଥିବା ଚିକିତ୍ସାଳୟ ଟୁକୁରଲା କୁ ସ୍ଥାନାନ୍ତରିତ ହେବା ପରେ ବରଗଡ଼ ସହର ଲୋକ ଏହାକୁ ତୀବ୍ର ବିରୋଧ କରିଛନ୍ତି ସହରରେ ସେଭଳି କୌଣସି ଭଲ ସରକାରୀ ହସପିଟାଲ ନଥବାରୁ ବରଗଡ ସହରରେ ଏକ ସିଟି ହସ୍ପିଟାଲ ନିର୍ମାଣ କରାଯାଉ ବୋଲି ବରଗଡ଼ ବାସୀ ଦାବି ଜଣାଇଛନ୍ତି ।