ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ରାଜ୍ୟ ପୁଲିସ୍‌ ମୁଖ୍ୟାଳୟ ଓ ବାରବାଟି ଷ୍ଟାଡିୟମ୍‌ ପରିଦର୍ଶନ

ଭୁବନେଶ୍ୱର: ଗୃହ, ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଆଜି କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟ ଏବଂ ବାରବାଟି ଷ୍ଟାଡିୟମ୍‌ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ସରକାରୀ ଗସ୍ତରେ ଯାଇ ପୁଲିସ୍‌ ମୁଖ୍ୟାଳୟ ପରିଦର୍ଶନ କରିବା ସହ ମାନ୍ୟବର ରାଷ୍ଟ୍ରପତିଙ୍କ ଦୁଇଦିନିଆ ଗସ୍ତ କାର୍ଯ୍ୟକ୍ରମ ଓ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ପୁଲିସ୍‌ ଡିଜିଙ୍କ ସହ ଆଲୋଚନା କରିଥିଲେ ।

ଡିସେମ୍ବର ୨୨ରେ କଟକ ବାରବାଟି ଷ୍ଟାଡିୟମ୍‌ରେ ହେବାକୁ ଥିବା ଏକ ଦିବସୀୟ କି୍ରକେଟ୍‌ ମ୍ୟାଚ୍‌ ଲାଗି କି ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ସେ ବିଷୟରେ କଥା ହୋଇଥିଲେ । ଏଥି ସହ ପୁଲିସ ମୁଖ୍ୟାଳୟର କାର୍ଯ୍ୟ ସହିତ ଜିଲ୍ଲା ତଥା ଗ୍ରାମାଞ୍ଚଳର ଥାନାଗୁଡ଼ିକର ଭିତ୍ତିଭୂମି ବିକାଶ ଉପରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଆଲୋଚନା କରିଥିଲେ ।

ଏହି ଆଲୋଚନା ସମୟରେ ପୁଲିସ୍‌ ଡିଜି ଶ୍ରୀ ସତ୍ୟଜିତ ମହାନ୍ତି, ଭୁବନେଶ୍ୱର-କଟକ ପୁଲିସ
କମିଶନର ଶ୍ରୀ ସୁଧାଂଶୁ ଷଡଙ୍ଗୀ, ଅତିରିକ୍ତ ଡିଜିପି(ମୁଖ୍ୟାଳୟ)ଶ୍ରୀ ବିନୟତୋଷ ମିଶ୍ର, ଆଇଜିପି
(ମର୍ଡନାଇଜେସନ୍‌) ଶ୍ରୀମତୀ ରେଖା ଲୋହାନୀ, ଆଇଜିପି (ଟ୍ରେନିଂ) ଶ୍ରୀମତୀ ଏସ୍‌ ସାଇନି, କଟକ ଡିସିପି ଶ୍ରୀ ଅଖିଳେଶ୍ୱର ସିଂହ ଏବଂ ଆଇଜିପି(ମୁଖ୍ୟାଳୟ) ଶ୍ରୀ ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ପରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ବାରବାଟି ଷ୍ଟାଡିୟମ୍‌ ପରିଦର୍ଶନରେ ଯାଇ ଷ୍ଟାଡିୟମ୍‌ର ଭିତ୍ତିଭୂମି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ଏହି ସମୟରେ ପୁଲିସ୍‌ ଡିଜିପି ଶ୍ରୀ ସତ୍ୟଜିତ ମହାନ୍ତି, ଓଡ଼ିଶା କି୍ରକେଟ୍‌ ଆସୋସିଏସନ୍‌ର ସଂପାଦକ ଶ୍ରୀ ସଂଜୟ ବେହେରା, କଟକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଖଣ୍ଡାୟତରାୟ ଏବଂ ଅନ୍ୟ ବରିଷ୍ଠ ପୋଲିସ୍‌ ଅଧିକାରୀ ଏବଂ ଓସିଏ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।