ଜିରୋ ନାଇଟରେ ଟ୍ବିନ ସିଟିରେ ଢୋକି ଦେଲେ ୧୩ କୋଟି ଦେଶୀ ବିଦେଶୀ- ବ୍ରାଣ୍ଡର ମଦ

ଭୁବନେଶ୍ବର :   ପୁରୁଣା ବର୍ଷକୁ ବିଦାୟ ଓ ନୂଆ ବର୍ଷକୁ ସ୍ବାଗତ କରିବାକୁ ମାତି ଉଠିଥିଲେ  ସାରା ରାଜ୍ୟ । ଖାସ କରି ଟ୍ବିନ ସିଟିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ହୋଟେଲରେ ନାଚ ଗୀତର ଆସରରେ ଜିରୋ ଆଓ୍ବାର ସେଲିବ୍ରେସନ ବି ଚାଲିଥିଲା । ଆଉ ଏଥିରେ  ଗୀତ ଓ ବାଦ୍ୟର ତାଳେ ତାଳେ ପେଗ୍‌ ପରେ ପେଗ୍‌ ଉଠୁଥିଲା। ଆଓ୍ବାର ସେଲିବ୍ରେସନରେ ୫ କୋଟି ଟଙ୍କାର ମଦ ବିକ୍ରି ହୋଇଛି ଖାସ ସେଲିବ୍ରେସନ ପାଇଁ । ।

ଗୀତର ତାଳେ ତାଲେ ମତୁଆଲା ପୁରା ସହର । ହୋଟେଲରେ ଚାଲିଛି ନ୍ୟୁ ଇୟର ସେଲିବ୍ରେସନର ପାର୍ଟି । ପାଦକୁ ପାଦ ମିଳାଇ ମତୁଆଲା ହୋଇ ପଡିଛନ୍ତି ସବୁ ବର୍ଗର ଲୋକେ । ରାତି ଯେତିକି ବଢୁ ଥିଲା ପାଦର ଗତିକୁ ବି ସେତିକି ଆଗକୁ ବଢାଉଥିଲା ନିଶା । ନୂଆ ବର୍ଷ ଆଗରୁ ପେଗ ପରେ ପେଗ୍‌ ଟେକି ଚାଲିଥିଲେ । ରାତି ବଢିବା ସାଙ୍ଗକୁ ପାର୍ଟିର ଯୋଶ ବି ବଢି ଚାଲୁଥିଲା । ବିଦେଶୀ ମଦର ନିଶା ମତୁଆଲା କରୁଥିଲା । ପାଦର ତାଳକୁ ବଳ ବି ଦେଉଥିଲା ।  ହୋଟେଲରେ ଆୟୋଜନ ହୋଇଥିବା ନ୍ୟୁ ଇୟର ସେଲିବ୍ରେସନ ପାର୍ଟିରେ ୮ରୁ ୧୦ ଲକ୍ଷ ଟଙ୍କାର ନାମି ଦାମି ବ୍ରାଣ୍ଡର ମଦ ବିକ୍ରି ହୋଇଥିବା ସୂଚନା ମିଳିଛି । କେବଳ ବଡ ବଡ ହୋଟେଲ ନୁହେଁ ଡିସେମ୍ବର ୩୧ ରାତିରେ ଗୋଟିଏ ଗୋଟିଏ ମଦ କାଉଣ୍ଟରେ ବିକ୍ରି ହୋିଛି ୩ରୁ ୫ ଲକ୍ଷ ଟଙ୍କାର ବିଭିନ୍ନ ବ୍ରାଣ୍ଡର ମଦ ବୋଲି ସୂଚନା ମିଳିଛି । ଭୁବନେଶ୍ବର ହୋଟେଲ ବାରକୁ ମିଶାଇ ୩ କୋଟି ଟଙ୍କାର ମଦ କାର ବାର ହୋଇଛି । ଆଉ କଟକରେ ବି କିଛି କମ ନଥିଲା । ଶନିବାର ମଙ୍ଗଳବାର ଭିତରେ ୧୩ କୋଟି ଟଙ୍କାର ମଦ ଯୋଗାଣ ହୋଇଥିବା ସରକାରୀ ତଥ୍ୟ କହୁଛି। ମାନେ ଖାସ୍‌ ନୂଆ ବର୍ଷ ବାହାନାରେ ୧୦ କୋଟି ଆଚମନ ହୋଇଥିବା ବେଳେ କେବଳ କଟକ ଓ ଭୁବନେଶ୍ବରରେ ୫ କୋଟି ପେଗ୍‌ ବନିଛି। ତେବେ ସୋମବାର ଥିବାରୁ କୁକୁଡ଼ା, ଛେଳିମାନେ ଆପାତତଃ ରକ୍ଷା ପାଇଯାଇଛନ୍ତି। ତଥାପି ବି ହୋଟେଲ ଗୁଡ଼ିକରେ ବଫେ ଡାଇନିଂ ଖୁବ ଜମିଛି। 

ରଙ୍ଗୀନ ରାତି ସେଲିବ୍ରେଟିଙ୍କ ମାହୋଲ ାଉ ତାହା ସାଙ୍ଗକୁ ବିଦେଶୀ ବ୍ରାଣ୍ଡ ଜିରୋ ଆ୍ବାର ସେଲିବ୍ରେସନକୁ ବେଶ ରଙ୍ଗିନ କରିଥିଲା । ଗୀତର ତାଳେ ତାଳେ ମତୁଆଲା ହୋଇଥିଲେ ସହର ବାସୀ ।