୩୧ ଓ ୧ ରେ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ: ଜାନୁଆରି ୩୧ ଓ ଫେବ୍ରୁଆରି ୧ ଅର୍ଥାତ୍ ଏହି ୨ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ । ତେବେ ଆଜି “ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍‌” ସହ ପାରିଶ୍ରମିକ ସଂଶୋଧନ ଆଲୋଚନା ବିଫଳ ହେବାରୁ “ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିୟନସ୍‌(ୟୁଫ୍ୱିୟୁ)” ପକ୍ଷରୁ ୨ଦିନ ପାଇଁ ବ୍ୟାଙ୍କ ଧର୍ମଘଟର ଡାକରା ଦେଇଛନ୍ତି ।

ଫେବ୍ରୁଆରି ୧ ତାରିଖ ଦିନ ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ଦ୍ୱିତୀୟ ବଜେଟ୍‌ ଉପସ୍ଥାପନ କରିବେ ବୋଲି ଘୋଷଣା କରିଛନ୍ତି। ଜାନୁଆରି ୩୧ ତାରିଖରେ ଅର୍ଥନୈତିକ ସର୍ବେକ୍ଷଣ ଉପସ୍ଥାପନ କରାଯିବ। ଏହି ଦୁଇ ଦିନରେ ବ୍ୟାଙ୍କ୍‌ ଧର୍ମଘଟ ଡାକରା ଦିଆଯାଇ ଥିବାରୁ ଏହାର ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ଫେବ୍ରୁଆରି ୧ ତାରିଖ ଦିନ ମାସର ପ୍ରଥମ ଶନିବାର ପଡୁଛି ପୁଣି ବଜେଟ୍‌ ଦିନ ସମସ୍ତ ବାଣିଜ୍ୟିକ ବ୍ୟାଙ୍କ୍‌ ଖୋଲା ରଖାଯାଇଥାଏ। ସେଦିନ ବଜେଟ୍‌ ଉପସ୍ଥାପନ ହେଉଥିବାରୁ ଷ୍ଟକ୍‌ ମାର୍କେଟ୍‌ ମଧ୍ୟ କାମ କରିବ ବୋଲି ସ୍ଥିର କରାଯାଇଛି।

ଜାନୁଆରି ୮ ତାରିଖ ଦିନ ଭାରତ ବନ୍ଦ ସମୟରେ ବ୍ୟାଙ୍କ ଧର୍ମଘଟ ଚାଲିଥିଲା।

୨୦୧୭ ମସିହା ନଭେମ୍ବର ୧ ତାରିଖରୁ ପଡ଼ି ରହିଥିବା ମଜୁରି ସଂଶୋଧନ ବ୍ୟବସ୍ଥାର ତୁରନ୍ତ ସମାଧାନ ଦାବି କରି ୯ଟି ବ୍ୟାବସାୟିକ ସଂଘର ପ୍ରତିନିଧିତ୍ୱ କରୁଥିବା ‘ୟୁଏଫ୍‌ବିୟୁ’ ୨୦୨୦ ମସିହା ମାର୍ଚ ୧୧, ୧୨ ଏବଂ ୧୩ ତାରିଖରେ ତିନିଦିନିଆ ଧର୍ମଘଟ କରିବାକୁ ସୂଚନା ଦେଇଛି।