୬ଦିନ ବ୍ୟାଙ୍କ୍ ବନ୍ଦ

ଭୁବନେଶ୍ଵର :ଚଳିତ ମାସର ଆସନ୍ତା ୨୬ରୁ ୩୦ ତାରିଖ ଯାଏଁ ୫ ଦିନ ପର୍ଯ୍ୟନ୍ତ ଠପ୍ ହେବ ବ୍ୟାଙ୍କ ସେବା। କାରଣ ସେପ୍ଟେମ୍ବର ୨୬ ରୁ ୩୦ ତାରିଖ ଯାଏଁ ବ୍ୟାଙ୍କ୍ ଗୁଡିକ ଛୁଟି ହେବାକୁ ଯାଉଛି। ଏହାଦ୍ଵାରା ସମସ୍ତ ବ୍ୟାଙ୍କିଙ୍ଗ୍ ସେବା ପ୍ରଭାବିତ ହେବ। ଏହି ସମୟରେ ଆପଣମାନେ କୌଣସୀ ପ୍ରକାରର ଟଙ୍କା ପୈଠ କରିପାରିବେ ନାହିଁ କିମ୍ବା ଉଠାଇ ପାରିବେ ନାହିଁ। ତେବେ ଲଗାତର ୫ଦିନ ଧରି ବ୍ୟାଙ୍କିଙ୍ଗ୍ ସେବା ବନ୍ଦ ଥିବା କାରଣରୁ ଏହାଦ୍ଵାରା ଏଟିଏମ୍ ସେବା ମଧ୍ୟ ପ୍ରଭାବିତ ହେବ। ତେଣୁ ଏହି ୫ଦିନର ଅବଧି ମଧ୍ୟରେ ଗ୍ରାହକମାନେ ବହୁ ଅସୁବିଧାର ସମ୍ମୁଖୀନର ସମ୍ଭାବନା ରହିଛି। ଏହି ସମୟରେ ଆପଣମାନେ ଟଙ୍କା ଉଠାଇବାରେ ହଇରାଣ ହୋଇ ପାରନ୍ତି। ତେଣୁ ବ୍ୟାଙ୍କ ଗୁଡିକ ଛୁଟି ନେବା ପୂର୍ବରୁ ଆପଣମାନେ ଟଙ୍କା ଉଠାଇ ନିଜ ପାଖରେ ରଖି ପାରିବେ। 

ସେପ୍ଟେମ୍ବର ୨୬ ଏବଂ ୨୭ ତାରିଖରେ ବାଣିଜ୍ୟିକ ସଙ୍ଘ ଜାତୀୟ ସ୍ତରୀୟ ବନ୍ଦ ଡାକରା ଦେଇଛି। ଏହାଦ୍ଵାରା ସମସ୍ତ ବ୍ୟାଙ୍କ ରହିଵ। ଏହା ପରେ ୨୮ ତାରିଖ ଚତୁର୍ଥ ଶନିବାର, ୨୯ ତାରିଖ ରବିବାର, ଓ ୩୦ ତାରିଖ ହାଲଫ୍ ଇଅରଲି କ୍ଲୋଜିଙ୍ଗ୍ ପଡୁଛି। ତେଣୁ ଲଗାତର ୫ଦିନ ଯାଏଁ ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ତେବେ ଏହାପରେ ଅକ୍ଟୋବର ୧ ତାରିଖ ବ୍ୟାଙ୍କ ଖୋଲିବାର ଗୋଟିଏ ଦିନ ପରେ ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ପଡୁଥିବା କାରଣରୁ ପୁଣି ଥରେ ବ୍ୟାଙ୍କ ଛୁଟି ରହିବ। ଦେଖିବାକୁ ଗଲେ ବ୍ୟାଙ୍କ ସେବା ୭ଦିନ ଯାଏଁ ପ୍ରଭାବିତ ହେବ। 

ତେଣୁ ସେପ୍ଟେମ୍ବର ୨୬ ପୂର୍ବରୁ ଗ୍ରାହକମାନେ ବ୍ୟାଙ୍କ୍ ସହ ଜଡିତ ଥିବା ସମସ୍ତ କାମ ସାରି ଦିଅନ୍ତୁ। ଏହାପରେ ଅକ୍ଟୋବର ୩ରେ ଆପଣମାନେ ବ୍ୟାଙ୍କରେ ଥିବା କାମ କରି ପାରିବେ।