‘ଫନି’ ପ୍ରଭାବିତ ଜିଲ୍ଲାରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବ୍ୟାଙ୍କ ସେବା

ଭୁବନେଶ୍ବର : ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବ୍ୟାଙ୍କ ସେବା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଅପରାହ୍ନ ୪ଟା ପରିବର୍ତ୍ତେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବ୍ୟାଙ୍କ ସେବା ଜାରି ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାର ଫନି ପ୍ରଭାବିତ ୧୪ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବ।
ବୁଧବାର ଆର୍‍ବିଆଇ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଭାବିତ ଜିଲ୍ଲାରେ ଅଧିକ ଦୁଇଘଣ୍ଟା ବ୍ୟାଙ୍କ ସେବା ମିଳିବ ବୋଲି କୁହାଯାଇଛି।
ଅନ୍ୟପକ୍ଷରେ ବାତ୍ୟାରେ ନଷ୍ଟହୋଇଥିବା ସମସ୍ତ ଚିରାଫଟା ନୋଟ୍‍ ବ୍ୟାଙ୍କଗୁଡ଼ିକ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମାଞ୍ଚଳର ଲୋକଙ୍କ ସୁବିଧା ପାଇଁ ମୋବାଇଲ୍‍ ଏଟିଏମ୍‍ ଭ୍ୟାନ୍‍ ଓ ପିଏସ୍‍ଓ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଆର୍‍ବିଆଇ ପକ୍ଷରୁ କୁହାଯାଇଛି ଫୋନି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୫୦ ପ୍ରତିଶତ ଏଟିଏମ୍‍ କାର୍ଯ୍ୟକ୍ଷମ ଅଛି ଏବଂ ବ୍ୟାଙ୍କରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ମହଜୁଦ ରହିଛି।