୨୭ରେ ବ୍ୟାଙ୍କ ଧର୍ମଘଟ

ମେଗା ବ୍ୟାଙ୍କ ମିଶ୍ରଣକୁ ବିରୋଧ

ଚେନ୍ନାଇ: ମେଗା ବ୍ୟାଙ୍କ ମିଶ୍ରଣକୁ ବିରୋଧ । ଆସନ୍ତା ୨୭ରେ ଆନ୍ଦୋଳନରେ ବସିବେ ୨ ପ୍ରମୁଖ ୟୁନିଅନ ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଓ ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ(ଏଆଇବିଓଏ) । ୟୁନିଅନର ଜଣେ ବରିଷ୍ଠ ନେତା ଏନେଇ ସୂଚନା ଦେଇଛନ୍ତି ।

ବୁଧବାର କେନ୍ଦ୍ର କ୍ୟାବିନେଟ ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କ ମିଶ୍ରଣ କରି ୪ଟିରେ ପରିଣତ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଏପ୍ରିଲ ପହିଲାରୁ ଏହା କାର୍ଯ୍ୟକାରୀ ହେବ । ତେବେ କ୍ୟାବିନେଟର ଏହି ନିଷ୍ପତିକୁ ବିରୋଧ କରି ଏଆଇବିଓଇଏ ଏବଂ ଏଆବିଓଏ ୨୭ରେ ଧର୍ମଘଟ ଡାକରା ଦେଇଛନ୍ତି ।

ପ୍ରକାଶ ଯେ, ଗତ ମାସରେ ମଧ୍ୟ ବ୍ୟାଙ୍କ ସଂଘ ଦରମା ସମସ୍ୟାକୁ ନେଇ ଧର୍ମଘଟ କରିଥିଲେ । ତେବେ ଭାରତୀୟ ବ୍ୟାଙ୍କ ସଂଘ(ଆଇବିଏ) ଦରମା ସଂଶୋଧନକୁ ନେଇ ନୂଆ ଅଫର ଦେବା ପରେ ଏହି ଧର୍ମଘଟ ସ୍ଥଗିତ ହୋଇଥିଲା ।

ଏସବିଆଇଏ ମହାସଚିବ ସିଏଚ ଭେଙ୍କଟଚଲମ କହିଛନ୍ତି ଯ, ‘ ଖରାପ ଋଣର ବିଶାଳ ପାହାଡ କାରଣକୁ ବ୍ୟାଙ୍କକୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡୁଛି । ୨୦୧୯ ମାର୍ଚ୍ଚ ୩୧ ଶେଷ ବର୍ଷରେ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ମୋଟ ୧,୫୦,୦୦୦ କୋଟି ଟଙ୍କା ଲାଭ କମାଇଛନ୍ତି । ଯତେବେଳେ କି ଖରାପ ଋଣ (ବ୍ୟାଡ ଲୋନ) ଆଦି କାରଣରୁ ମୋଟ ବ୍ୟବସ୍ଥା ୨୧୬,୦୦୦ କୋଟି ଟଙ୍କା ହୋଇଥିବାବେଳେ ବ୍ୟାଙ୍କଗୁଡିକ ୬୬,୦୦୦ କୋଟି ଟଙ୍କାର ଶୁଦ୍ଧ କ୍ଷତି ସହିଛନ୍ତି ।