ଭୁବନେଶ୍ୱର: ରାଜ୍ୟରେ କରୋନାର କହର ଜାରି ରହିଥିଲେ ବି ସବୁକିଛି ସ୍ୱାଭାବିକ କରିବାକୁ ରାଜ୍ୟ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହାରି ଭିତରେ ଆଉ ଏକ ନୂଆ ଖବର ଆସିଛି । ତାହା ହେଲା ବ୍ୟାଙ୍କ କାରବାର ସମୟ ପୂର୍ବପରି ଜାରି କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଏସଏଲବିସି ଆବାହକ ୟୁକୋ ବ୍ୟାଙ୍କକୁ ଅର୍ଥ ବିଭାଗର ଚିଠି ଆସିଥିବା ସୂଚନା ମିଳିଛି । ପୂର୍ବପରି ସକାଳ ୧୦ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ ବ୍ୟାଙ୍କ କାର୍ଯ୍ୟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଖାଲି ଏତିକି ନୁହେଁ, ପୂର୍ବଭଳି ସମସ୍ତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ମଧ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି । ସମସ୍ତ ସିଡ୍ୟୁଲ ବ୍ୟାଙ୍କ ସହ ସମବାୟ ମଧ୍ୟ ଧାର୍ଯ୍ୟ ସମୟରେ ଖୋଲିବ । ସବୁ ବିସି ଓ ସିଏସପି ସକାଳ ସକାଳ ୭ଟାରୁ ସନ୍ଧ୍ୟା ସାଢେ ୬ଟା ଯାଏ କାମ କରିବ ବୋଲି ସୂଚନା ମିଳିଛି ।