ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିକୁ ୨.୯୮ କୋଟି ଟଙ୍କା ଦାନ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ୨କୋଟି ୯୮ ଲକ୍ଷ ୯୫ ହଜାର ୭୯ ଟଙ୍କା ଦାନ କରାଯାଇଛି । ରାଜ୍ୟ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କୁ ବ୍ୟାଙ୍କର ଜୋନାଲ ମ୍ୟାନେଜର ଶ୍ରୀ ପ୍ରିୟବ୍ରତ ପଟ୍ଟନାୟକ ଏହି ରାଶିର ଚେକ୍ ପ୍ରଦାନ କରିଛନ୍ତି । ଚେକ୍ ପ୍ରଦାନ ସମୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ସହ ମହା ପ୍ରବନ୍ଧକ ଶ୍ରୀ ଅରବିନ୍ଦ ମିଶ୍ର, ବ୍ୟାଙ୍କ ଅଫିସର ସଂଘର ସମ୍ପାଦକ କମଳଜିତ୍ ମହାପାତ୍ର ଉପସ୍ଥିତ ଥିଲେ । ଏହି ରାଶି ବ୍ୟାଙ୍କ ର ସିଏସଆର ପାଣ୍ଠିକୁ ପ୍ରଦାନ କରାଯାଇଛି ବୋଲି ଜୋନାଲ ମ୍ୟାନେଜର ଶ୍ରୀ ପଟ୍ଟନାୟକ ଜଣାଇଥିଲେ । ଚେକ୍ ଗ୍ରହଣ କରି ବ୍ୟାଙ୍କ ପରିଚାଳନା ବୋର୍ଡ ଏବଂ କର୍ମଚାରୀ ମାନଙ୍କୁ ସାଧୁବାଦ ଜଣାଇବା ସହ ନିଜ ିନଜ ସ୍ତରରେ ମାସ୍କ ବ୍ୟାବହାର, ସାମାଜିକ ଦୂରତା ଓ ବ୍ୟକ୍ତିଗତ ସ୍ୱଚ୍ଛତା ବିଷୟରେ ସଚେନତତା ଅଭିଯାନ ଜାରି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ ।