ଅକ୍ଟୋବରରେ ଅଧିକ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେତେ ଦିନ ଏବଂ କେଉଁ ତାରିଖ?

ନୂଆଦିଲ୍ଲୀ: ତିନି ଦିନ ପରେ ସେପ୍ଟେମ୍ବର ମାସ ଶେଷ ହୋଇଯିବ । ଅକ୍ଟୋବରରୁ ପାର୍ବଣ ଋତୁ ଆରମ୍ଭ ହେଉଛି । ଅନ୍ୟ ମାସଗୁଡ଼ିକର ତୁଳନାରେ ଅକ୍ଟୋବରରେ ବ୍ୟାଙ୍କ ଅଧିକ ଛୁଟି ରହିବ । କାରଣ ଏହି ମାସରେ ଉଭୟ ଦଶହରା ଓ ଦୀପାବଳି ପାଳନ ହେବ । ଅକ୍ଟୋବରରେ ସର୍ବାଧିକ ୧୧ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହି ମାସରେ ବ୍ୟାଙ୍କର ୨୦ ଦିନ କାର୍ଯ୍ୟ ଦିବସ ରହିବ । ଅକ୍ଟୋବର ୨ (ବୁଧବାର) ପ୍ରଥମ ଛୁଟି ହେବ । 

ଅକ୍ଟୋବର ୨ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ବ୍ୟାଙ୍କଗୁଡ଼ିକ ଛୁଟି ରହିବ । ଏହା ପରେ ଅକ୍ଟୋବର ୭ ଓ ୮ରେ ରାମନବମୀ ଓ ଦଶହରା ପାଳନ ହେବ । ସେଥିପାଇଁ ବ୍ୟାଙ୍କ ଛୁଟି ରହିବ । ଏହା ପୂର୍ବରୁ ଅକ୍ଟୋବର ୬ ରବିବାର ପଡୁଛି । ଅର୍ଥାତ ବ୍ୟାଙ୍କ ଏକକାଳୀନ ୩ ଦିନ ଛୁଟି ରହିବ । ସେହିଭଳି ଅକ୍ଟୋବର ଦ୍ୱିତୀୟ ଶନିବାର ହେଉଥିବା ବେଳେ ୧୩ ତାରିଖ ରବିବାର ହେଉଛି ବାଧ୍ୟତାମୂଳକ ଛୁଟି । 

ଦୀପାବଳି ସମୟରେ ବ୍ୟାଙ୍କ ୪ ଦିନ ଛୁଟି ରହିବ । ଅକ୍ଟୋବର ୨୬ରେ ଶେଷ ତଥା ୪ର୍ଥ ଶନିବାର ଓ ୨୭ରେ ରବିବାର । ଅକ୍ଟୋବରରେ ଭାଇଧୂଜ ଓ ଅକ୍ଟୋବରରେ ଗୋବର୍ଦ୍ଧନ ପୂଜା ଅବସରରେ ଛୁଟି ରହିବ ।