ତିତିଲି ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ଛୁଟି ବାତିଲ, ୧୭ ଓ ୧୯ରେ ବ୍ୟାଙ୍କ ଖୋଲା

ଭୁବନେଶ୍ୱର: ତିତିଲି ବାତ୍ୟା ସ୍ଥିତି ଲାଗି ରାଜ୍ୟର ବ୍ୟାଙ୍ଗ ଗୁଡିକର ପୂଜା ଛୁଟି ବାତିଲ କରାଯାଇଛି । ଦୁର୍ଗା ପୂଜା ହେତୁ ମହାଷ୍ଟମୀ ଓ ବିଜୟାଦଶମୀ ଦିନ ବ୍ୟାଙ୍କ କର୍ମଚାରୀଙ୍କୁ ଛୁଟି ଦିଆଯାଇଥାଏ। ତେବେ ଏହି ଛୁଟିକୁ ସୋମବାର ବାତିଲ କରାଯାଇଥିବା ନେଇ ରାଜସ୍ୱ ବିଭାଗ ବିଜ୍ଞପ୍ତି ଜାରି କରିଛି।
ରାଜସ୍ୱ ବିଭାଗ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି, ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ୧୭ ଓ ୧୯ରେ ବ୍ୟାଙ୍କ ଖୋଲା ରହିବ। ଅର୍ଥାତ୍‌ ମହାଷ୍ଟମୀ ଓ ବିଜୟାଦଶମୀ ଦିନ ବ୍ୟାଙ୍କ କର୍ମଚାରୀଙ୍କ ଛୁଟିକୁ ବାତିଲ କରି ଦିଆଯାଇଛି। ଏହି ତିନିଟି ଜିଲ୍ଲାରେ ଅନ୍ୟ ବ୍ୟାଙ୍କିଂ ଅନୁଷ୍ଠାନ ମଧ୍ୟ ଖୋଲା ରହିବ ବୋଲି ବିଜ୍ଞପ୍ତିରେ ସୂଚିତ ରହିଛି।
ଗୁରୁବାର ଆସି ଥିବା ବାତ୍ୟା ‘ତିତ୍‌ଲି’ର ପ୍ରଭାବ ସର୍ବାଧିକ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଥିଲା। ‘ତିତ୍‌ଲି’ ପରେପରେ ଏହି ଜିଲ୍ଲାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି।