ଭୁବନେଶ୍ୱରରେ ସେକ୍ସ ରାକେଟ୍‌: ୨ ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଛି ବାଂଲାଦେଶୀ ସେକ୍ସ ରାକେଟ୍ । ଯାହାର ଆଜି ହୋଇଛି ପର୍ଦ୍ଦାଫାଶ । ଏହି ରାକେଟର ୨ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି କ୍ରାଇମବ୍ରାଂଚ୍ ଏସଟିଏଫ୍ ।

ବାଂଲାଦେଶୀ ଯୁବତୀଙ୍କୁ ଆଣି ଓଡ଼ିଶାରେ ଦୀର୍ଘଦିନ ହେବ ଚାଲିଥିବା ଦେହବ୍ୟବସାୟ ଘଟଣାର ପର୍ଦ୍ଦାଫାଶ ହୋଇଛି । ଭୁବନେଶ୍ୱରରେ ସେକ୍ସ ରାକେଟ ଚଳାଉଥିଲା ଜଣେ ଦିଦି ଏବଂ ତାଙ୍କ ସାଥ ଦେଉଥିଲେ ଅନ୍ୟଜଣେ ମାଷ୍ଟର ମାଇଣ୍ଡ ତଥା ଦିଦିଙ୍କ ତଥାକଥିତ ସ୍ୱାମୀ ଇବ୍ରାହିମ । ନକଲି ଆଧାରକାର୍ଡ଼ ବଳରେ ବାଂଲାଦେଶରୁ ଯୁବତୀଙ୍କୁ ଆଣି ଭୁବନେଶ୍ୱରରେ ସେକ୍ସ ରାକେଟ ଚାଲିଥିଲା । ଆଜି କୈାଣସି ଗୁପ୍ତ ସୂତ୍ରରୁ ଖବର ପାଇ ଉଭୟଙ୍କୁ ପିପିଲି ନିକଟରୁ ଗିରଫ କରିଛି କ୍ରାଇମବ୍ରାଂଚ୍ ଏସଟିଏଫ । ଏହି ଘଟଣାର ୨ ମାଷ୍ଟର ମାଇଣ୍ଡଙ୍କୂୁ ଗିରଫ କରିବା ସହ ୫ଜଣ ଯୁବତୀଙ୍କୁ ମଧ୍ୟ କ୍ରାଇମବ୍ରାଂଚ୍ ଅଟକ ରଖିଛି ।