ବନ୍ଦେ ଉତ୍କଳ ଜନନୀ କୁ ରାଜ୍ୟ ସଙ୍ଗୀତର ମାନ୍ୟତାକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧକ୍ଷ

ଭୁବନେଶ୍ୱର: ବନ୍ଦେ ଉତ୍କଳ ଜନନୀ କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବାକୁ କ୍ୟାବିନେଟ ନିଷ୍ପତି ଏକ ସ୍ୱାଗତଯୋଗ୍ୟ ଐତିହାସିକ ପଦକ୍ଷେପ।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜଣାଉଛି । ଓଡ଼ିଆ ଭାବାବେଗ ସହ ଜଡ଼ିତ ଏହି ସଂଗୀତ ଓଡ଼ିଶାର ଅସ୍ମିତା ଓ ସ୍ୱାଭିମାନ ର ପ୍ରତୀକ। ସ୍ଵତନ୍ତ୍ର ପ୍ରଦେଶ ଗଠନ ପାଇଁଁ ହୋଇଥିବା ଆନ୍ଦୋଳନରେ ଏହା ଓଡ଼ିଶାର ସଙ୍କଳ୍ପକୁ ଜୀବନୀ ଶକ୍ତି ପ୍ରଦାନ କରିଥିଲା।ଓଡ଼ିଆ ନବ ଜାଗରଣ ର ଏହା ଥିଲା ମନ୍ତ୍ର। ଏବେବି ଏହି ସଙ୍ଗୀତ ଆମ ପ୍ରାଣ ଓ ପ୍ରେରଣା। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ କରୋନା ଯୋଦ୍ଧା ଙ୍କୁ ସମ୍ମାନ ଜଣାଇବା ପାଇଁ ସାରା ପୃଥିବୀର ଓଡ଼ିଶା ସହ ଯୋଡ଼ି ହୋଇଥିବା ଲୋକମାନେ ଏହି ସଙ୍ଗୀତ ଗାନ କରି ଅପୂର୍ବ ଐକ ଓ ଶକ୍ତି ପ୍ରଦର୍ଶନ କରିଛନ୍ତି।

ବର୍ତ୍ତମାନ କରୋନା ବିରୋଧରେ ଓଡ଼ିଶାର ଲଢେଇରେ ଭାବଗତ ଏକତା ଲୋଡା।ସରକାରଙ୍କ ଏହି ନିଷ୍ପତ୍ତି ମାଧ୍ୟମରେ ଓଡ଼ିଆ ଜାତୀୟତା ଆହୁରି ପରିପୁଷ୍ଟ ହେବ। ଏହାକୁ ରାଜ୍ୟ ସଂଗୀତ ର ମାନ୍ୟତା ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଆ ମାନଙ୍କର ଭାବଗତ ଏକତାକୁ ଆହୁରି ଦୃଢ କରିଛନ୍ତି । ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ଓ ଐତିହ୍ୟ ପ୍ରସାର ଓ ସଶକ୍ତିକରଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ର ଏହା ନୂତନ ପ୍ରୟାସ ଯାହାକୁ ପ୍ରତ୍ୟେକ ଓଡିଶା ବାସୀ ସ୍ୱାଗତ କରିବା ଏକ ଶୁଭ ସୂଚନା ବୋଲି ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧକ୍ଷ ବିଜୟ କୁମାର ନାୟକ କହିଛନ୍ତି ।