ଭୁବନେଶ୍ୱର: ୩ ମିନିଟ ଭିତରେ ରହିବ ବନ୍ଦେ ଉତ୍କଳ ଜନନୀ ସଂଗୀତ । ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏନେଇ ସୂଚନା ଦେଇଛନ୍ତି । ସ୍ୱର,ଲୟ ଓ ତାଳ କଣ ହେବ ଏନେଇ ୩ ଦିନ ହେବ ଆଲୋଚନା ଆରମ୍ଭ ହୋଇଛି । ତେବେ ଖୁବ ଶୀଘ୍ର ଏନେଇ ଜଣାଇ ଦିଆଯିବ । ୯ ଟି ରାଜ୍ୟ ସଂଗୀତ ପ୍ରଚଳନ କରିଛନ୍ତି । ତାଙ୍କର ଦଣ୍ଡ ବିଧାନ କଣ ରହିଛି ଅନୁଧ୍ୟାନ କରିବା ପରେ ଦଣ୍ଡ କଣ ହେବ ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ।
ସେପଟେ ବନ୍ଦେ ଉତ୍କଳ ଜନନୀ ପ୍ରଥମ କ୍ଲାସରୁ ପାଠ୍ୟପୁସ୍ତକରେ ପ୍ରଚଳନ ହେବ । ଚଳିତ ବର୍ଷ ପୁସ୍ତକ ପିଲାଙ୍କୁ ଦିଆ ସରିଛି । ଆସନ୍ତାବର୍ଷ ସିଲାବସ ରହିବ । ସୂଚନା ଓ ଲୋକସମ୍ପର୍କ ବିଭାଗ ନୋଟିସ ଜାରି କରିବା ପରେ ଚଳିତ ବର୍ଷ ପିଲାଙ୍କୁ କିଭଳି ଏ ବିଷୟରେ ପଢା ହେବ ସେ ନେଇ ନିଷ୍ପତି ନିଆଯିବ । ଦରକାର ପଡିଲେ ସ୍ୱତନ୍ତ୍ର ପୁସ୍ତିକା ଦିଆଯିବ ବୋଲି କହିଛନ୍ତି ଗଶଶିକ୍ଷା ମନ୍ତ୍ରୀ ସମୀର ଦାସ ।