ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: ଆସନ୍ତା ବର୍ଷ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’। ସୂଚନା ଓ ଲୋକସଂପର୍କ ବିଭାଗ ଆଧାରରେ ପାଠ୍ୟକ୍ରମରେ ସାମିଲ୍ ହେବ। ଆଜି ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।

ସେ କହିଛନ୍ତି ଯେ, ଚଳିତବର୍ଷ ବହି ବଣ୍ଟା ହୋଇ ସାରିଛି। ସଙ୍ଗୀତ ନେଇ ବିଜ୍ଞପ୍ତି ପ୍ରକାଶ ପରେ ବିଭାଗ ପଦକ୍ଷେପ ନେବ। ଯଦି ସୁବିଧା ହୁଏ, ତେବେ ଏବର୍ଷ ସ୍ୱତନ୍ତ୍ର ପୁସ୍ତିକା କରି ଦେବାର ବ୍ୟବସ୍ଥା କରାଯିବ। ଏନେଇ ବିଭାଗ ବିସ୍ତୁତ ଅନୁଧ୍ୟାନ ପରେ ନିଷ୍ପତ୍ତି ନେବ।ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସ୍କୁଲରେ ୪ଟା ବେଳେ ଛୁଟି ହେବା ପୂର୍ବରୁ ଏହି ସଙ୍ଗୀତ ଗାନ କରାଯିବ। ଏବେ ବି କିଛି ସ୍କୁଲରେ ଗାନ କରାଯାଉଛି। ହେଲେ ଆସନ୍ତାବର୍ଷ ପାଠ୍ୟକ୍ରମରେ ସ୍ଥାନ ପାଇବ। ସୂଚନା ଓ ପ୍ରସାରଣ ବିଭାଗ ଯେଉଁ ଆଧାରରେ କହିବ, ସେହି ଅନୁସାରେ ପାଠ୍ୟକ୍ରମରେ ସାମିଲ ହେବ। ପାଠ୍ୟକ୍ରମରେ ସଙ୍ଗୀତ ରହିବ ଓ କାନ୍ତକବିଙ୍କ ସଂପର୍କରେ ବି ସ୍ଥାନ ପାଇବ।ସୂଚନାଯୋଗ୍ୟ, ରାଜ୍ୟ କ୍ୟାବିନେଟରେ ବନ୍ଦେ ଉତ୍କଳ ଜନନୀକୁ ଜାତୀୟ ସଙ୍ଗୀତ ମାନ୍ୟତା ମିଳିଥିଲା। ବିଧାନସଭାରେ ବିଧିବଦ୍ଧ ବିଲ୍ ଆସିବା ପରେ ଏହା ରାଜ୍ୟର ସରକାରୀ ସଙ୍ଗୀତ ଭାବେ କାର୍ଯ୍ୟ କରିବ।