ବାଣପୁର ଏନଏସିକୁ ୭ ଦିନ ପାଇଁ ସଟଡାଉନ ଘୋଷଣା

ବାଣପୁର: ସାତ ଦିନ ପାଇଁ ବାଣପୁର ସଂପୂର୍ଣ୍ଣ ସଟଡାଉନ । କରୋନା ସଂକ୍ରମଣକୁ ନଜରରେ ରଖି ଖୋର୍ଧା ଜିଲ୍ଲା ପ୍ରଶାସନର ବାଣପୁର ଏନଏସିକୁ ୭ ଦିନ ପାଇଁ ସଟଡାଉନ ଘୋଷଣା କରିବାକୁ ନିଷ୍ପତି ନେଇଛି । ତେବେ ସପ୍ତାହ ଯାଏଁ ବାଣପୁର ଏନଏସି ଅଂଚଳରେ ଲୋକଙ୍କ ଚଳପ୍ରଚଳକୁ ସଂପୂର୍ଣ୍ଣ ବନ୍ଦ କରାଯିବା ସହ ଦୋକାନ ବଜାର ଖୋଲିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । କେବଳ କିଛି ନିର୍ଦ୍ଦିଷ୍ଟ ଔଷଧ ଦୋକାନକୁ ବାଦ୍ ଦେଇ ବାକି ସବୁ ଦୋକାନ ବନ୍ଦ କରିବାକୁ ନିଷ୍ପତି ନେଇଛି ଖୋର୍ଧା ଜିଲ୍ଲା ପ୍ରାଶାସନ ।

ବାଣପୁରରେ ୨୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କ୍ରମାଗତ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ସୁରକ୍ଷା ଦୃଷ୍ଟିରୁ ଏବଂ ସ୍ଥାନୀୟ ଅଂଚଳରେ କରୋନାର କାୟାକୁ ରୋକିବା ପାଇଁ ସାତ ଦିନ ଲାଗି ସଂପୂର୍ଣ୍ଣ ଅଂଚଳରେ ସଟ୍ ଡାଉନ କଟକଣା ଜାରି କରାଯାଇଛି ।

ଅନ୍ୟପଟେ, ଆଜି ବରଗଡରୁ ଆଉ ୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭେଡେନ୍ ବ୍ଲକରୁ ୪ଜଣ ଚିହ୍ନଟ ହୋଇଥିବାବେଳେ ଭଟଲି ବ୍ଲକରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୫ଜଣଙ୍କର ଗସ୍ତ ବିବରଣୀ ରହିଥିବାବେଳେ ଜଣେ ସ୍ଥାନୀୟ ଅଂଚଳର ବୋଲି ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେମାନେ ରହୁଥିବା ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।