ଖୋଲିଲା ବାଲିମେଳା ଡ୍ୟାମ୍‌ର ଦୁଇଟି ଗେଟ୍‌

ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଥିବା ବାଲିମେଳା ଜଳ ଭଣ୍ଡାରର ଦୁଇଟି ଗେଟ୍‌ ଖୋଲା ଯାଇଛି। ଡ୍ୟାମର ୪ ନମ୍ୱର ଓ ସ୍ଲୁଇସ୍‌ ଗେଟ୍ ଖୋଲା ଯାଇଛି। ଫଳରେ ପ୍ରତି ସେକେଣ୍ଡରେ ୬୦୦୦ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି।

ଜଳଭଣ୍ଡାରର ସର୍ବନିମ୍ନ ବିପଦ ସ୍ତର ୧୫୧୪ ଫୁଟ୍‌ ହୋଇଥିବା ବେଳେ ବର୍ତ୍ତମାନ ୧୪୯୨ ଫୁଟ୍‌  ଜଳ ରହିଛି। ବାଲିମେଳା ଡ୍ୟାମ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଯୌଥ ପ୍ରକଳ୍ପ ହୋଇଥିବାରୁ ଆନ୍ଧ୍ରପ୍ରଦେଶକୁ ଜଳ ଆବଶ୍ୟକ ହେଉଛି। ତେଣୁ ଏହି ଦୁଇଟି ଗେଟ୍ ଖୋଲାଯାଇଛି।  ଆନ୍ଧ୍ରପ୍ରଦେଶ ଅନେକ ସମୟରେ ଡ୍ୟାମରୁ ପାଣି ନେଉଥିବାରୁ ଚିତ୍ରକୋଣ୍ଡା ଅଞ୍ଚଳରେ ପାନୀୟ ଜଳ ସମସ୍ୟା  ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି।