ବାଲେଶ୍ବରର ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ

୭୬ ବର୍ଷ ବୟସରେ ପରଲୋକ

ଭୁବନେଶ୍ବର : ବାଲେଶ୍ବରର ପୂର୍ବତନ ବିଧାୟକ ତଥା ବରିଷ୍ଠ ରାଜନେତା ଅରୁଣ ଦେ’ ଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ୭୬ ବର୍ଷ ବୟସରେ ପରଲୋକ ହୋଇଥିବା ସୂଚନା ମିଳିଛି । ବାଲେଶ୍ବରରୁ ୫ ଥର ବିଧାୟକ ଥିଲେ ଅରୁଣ ଦେ’ ।

ବାଲେଶ୍ବର ରାଜନୀତିରେ ଅରୁଣ ଦେ’ ଙ୍କ ବେଶ ଦବଦବା ରହିଥିଲା । ସଦର ଆସନରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୭୪ ମସିହାରେ ପ୍ରଥମେ କମ୍ୟୁନିଷ୍ଟ ପାର୍ଟିରୁ ନିର୍ବାଚନ ଲଢି ବିଧାୟକ ହୋଇଥିଲେ ସେ । ପରେ ୧୯୮୦ ଏବଂ ୧୯୯୦ ମସିହାରେ ପୁଣି ସିପିଆଇରୁ ଲଢି ବିଜୟୀ ହୋଇଥିଲେ । କିନ୍ତୁ ୧୯୯୫ରେ ସ୍ବାଧୀନ ଭାବେ ନିର୍ବାଚନ ଲଢିଥିଲେ ସୁଦ୍ଧା ବିଜୟୀ ହୋଇଥିଲେ । ପରେ ୨୦୦୪ ମସିହାରେ ଓଡିଶା ଜନ ପରିଷଦ ଟିକେଟ୍‌ରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।