ବାଲେଶ୍ୱର ହେଲା ଡ୍ରୋନ ଯୋଗେ ସାନିଟାଇଜ

ବାଲେଶ୍ୱର: ଜିଲ୍ଲାକୁ ସାନିଟାଇଜ୍ କରୁଛି ଡ୍ରୋନ । ସହରରେ ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଦ୍ଵାରା ଡ୍ରୋନ ସହାୟତାରେ ଏରିଏଲ୍ ସାନିଟାଇଜ କରାଯାଇଛି । ଆନ୍ନା ୟୁନିଭର୍ସିଟି ଓ ଆଇଟିଆର ଚେନ୍ନାଇର ମିଳିତ ସହଭାଗିତାରେ ବିକଶିତ ହୋଇଥିବା ଡ୍ରୋନ ଦ୍ୱାରା
ସହରର ବିଭିନ୍ନ ଅଞ୍ଚଳକୁ ସହଜରେ ସାନିଟାଇଜ୍ କରାଯାଇଛି ।

ଏହି ଡ୍ରୋନ ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ । ଏହା ଏକକାଳୀନ ଅନେକ କାର୍ଯ୍ୟ କରିପାରିବ । ଏପରିକି ଅଟୋମେଟିକ ଭାବେ ମଧ୍ୟ କାର୍ଯ୍ୟ କରିପାରିବ । ଏଥିରେ ଜିପିଏସ ଲାଗିଥିବାରୁ ରିମୋଟ ଦ୍ୱାରା ନିର୍ଦ୍ଧାରିତ ଅଞ୍ଚଳକୁ ଯାଇ ସାନିଟାଇଜ କରିବା ପରେ ପୁଣି ନିଜ ସ୍ଥାନକୁ ଫେରି ଆସିବାର ସୁବିଧା ମଧ୍ୟ ରହିଛି ।

ସେହିପରି ଏଥିରେ ୪ ଟି ନୋଜଲ ରହିଛି, ଯାହାକି ଚତୁପାର୍ଶ୍ୱ କୁ ସାନିଟାଇଜ କରିପାରିବ । ଏଥିରେ ୧୫ ରୁ ୨୦ ଲିଟର ସାନିଟାଇଜର ଭର୍ତ୍ତି କରାଯାଇପାରିବ ଏବଂ ୨୦ ମିଟର ଉଚ୍ଚତାରେ ଉଡ଼ି ଅଞ୍ଚଳକୁ ସାନିଟାଇଜ କରିପାରିବାର କ୍ଷମତା ମଧ୍ୟ ରହିଛି । ପ୍ରଥମ ପର୍ଯ୍ୟାୟରେ ସହରର ପୋଲିସ ଲାଇନକୁ ଏହି ଡ୍ରୋନ ସହାୟତାରେ ସାନିଟାଇଜ୍ କରାଯାଇଛି ।

ପ୍ରକାଶ ଜିଲ୍ଲାରେ ଏଯାବତ୍ ୮୩୭ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬୩୯ ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ୨ ଜଣଙ୍କ ମୃତ୍ୟୁ ସହ ୧୯୪ ଟି ମାମଲା ଏବେ ବି ସକ୍ରିୟ ରହିଛି ।