ବାଲେଶ୍ୱରର ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ହେଲା କଂଟେନମେଂଟ ଜୋନ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ସମସ୍ତ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରକୁ କଂଟେନମେଂଟ ଜୋନ୍  ଘୋଷଣା କରିଛି ଜିଲ୍ଲା ପ୍ରଶାସନ।
ବାଲେଶ୍ୱରର ଏକ କଂଟେନମେଂଟ ଜୋନ୍‌ ରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡ଼ିବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ତା’ଛଡ଼ା କେତେକ ସ୍ଥାନରେ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ କଡ଼ାକଡ଼ି ଭାବେ ନିୟମ ପାଳନ କରାଯାଉ ନଥିବା ଜଣାଯିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲାରେ ୩୭୨ଟି ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ରହିଛି। ଏଥିମଧ୍ୟରୁ ବାଲେଶ୍ୱର ପୌରାଂଚଳ, ଜଳେଶ୍ୱର ଏନଏସି, ନୀଳଗିରି ପୌରାଂଚଳ ଏବଂ ସୋର ପୌରାଂଚଳରେ ତିନିଟି ଲେଖାଏଁ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ରହିଛି। ଏହାଛଡ଼ା ଜିଲ୍ଲାର ସମସ୍ତ ପଂଚାୟତରେ ଗୋଟିଏ ଲେଖାଏଁ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ରହିଛି।। ଏବେ ଏହି ସମସ୍ତ ଅଂଚଳକୁ କଂଟେନମେଂଟ ଜୋନ୍‌ ଘୋଷଣା କରାଯାଇଛି। ଏହା ଫଳରେ ଆଉ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ବିଶୃଙ୍ଖଳା ସୃଷ୍ଟି ହେବ ନେହିଁ ବୋଲି ଜିଲ୍ଲା ପ୍ରଶାସନ ଆଶା ପ୍ରକାଶ କରିଛି।