ବାଲେଶ୍ୱରର ଦୁଇ ବର୍ଷର ଝିଅକୁ କରୋନା

ବାଲେଶ୍ୱର: ଆଜି ରାଜ୍ୟର ୭ କରୋନା ପଜିଟିଭ୍ ମଧ୍ୟରୁ ୨ ଜଣ ବାଲେଶ୍ୱରର । ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କ ସମ୍ପର୍କରେ ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି । ତାଙ୍କର ସୂଚନା ଅନୁଯାୟୀ, ନୀଳଗିରି ରାଜବରହମପୁର ଥାନା ଅଞ୍ଚଳର ୨ ବର୍ଷର ଝିଅ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ତାଙ୍କ ବାପା ମା’ଙ୍କ ନମୁନାର ରିପୋର୍ଟ ଏଯାଏଁ ଆସି ନ ଥିବା ବେଳେ ଝିଅର ରିପୋର୍ଟ ପଜିଟିଭ୍ ଆସିଛି।

ସୂଚନାଯୋଗ୍ୟ, ବାଲେଶ୍ୱରରେ ୨ ନୂଆ କରୋନା ପଜିଟିଭ୍ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଂଚିଛି ।