ସମ୍ବଲପୁର: ଚଳିତବର୍ଷ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ବଲାଙ୍ଗୀର ଝିଅ ଅର୍ପିତା ନନ୍ଦ(୧୭) । ଅର୍ପିତା ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଗୋଳାବାରୁଦ କାରଖାନାରେ କାର୍ଯ୍ୟରତ ରଘୁମଣି ନନ୍ଦ ଓ ତିଳୋତମା ନନ୍ଦଙ୍କ ଝିଅ।
ଅର୍ପିତା ପ୍ରଥମ ରାଉଣ୍ଡରେ ଉତୀର୍ଣ୍ଣ ହୋଇଥିବା ବେଳେ ଲୋକେ ମଧ୍ୟ ତାଙ୍କୁ ବେଶ୍ ସମର୍ଥନ କରୁଛନ୍ତି। ପ୍ରଥମ ରାଉଣ୍ତରେ ଉତୀର୍ଣ୍ଣ ହୋଇଥିବା ମିସ ଇଣ୍ତିଆ ଆୟୋଜନକାରୀ ସଂସ୍ଥା ପକ୍ଷରୁ ଗତ ୯ ତାରିଖରେ ତାଙ୍କୁ ସୂଚନା ଦିଆଯାଇଥିଲା। ତାଙ୍କୁ ଭୋଟ ଦେବା ପାଇଁ ମସି୍ ଇଣ୍ଡିଆ ୱେବସାଇଟ୍କୁ ଯାଇ ଅର୍ପିତା ନାମରେ କ୍ଲିକ୍ କରିବାକୁ ଅର୍ପିତା ଏବଂ ତାଙ୍କ ପିତାମାତା ଅନୁରୋଧ କରିଛନ୍ତି।