ସୂଚନା କମିଶନର ଭାବେ ଶପଥ ନେଲେ ବାଳକୃଷ୍ଣ ମହାପାତ୍ର

ଭୁବନେଶ୍ୱର: ରାଜ୍ୟର ନୂଆ ସୂଚନା କମିଶନର ଭାବେ ବାଳକୃଷ୍ଣ ମହାପାତ୍ର ଆଜି ଶପଥ ନେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି । 

 ରାଜ୍ୟରେ ଶାସନ କ୍ଷମତାକୁ ଗୁରୁତ୍ୱ ନେଇ ପ୍ରଶାସନିକସ୍ଥରରେ ଅଦଳବଦଳ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଳକୃଷ୍ଣ ମହାପାତ୍ରଙ୍କୁ ନୂଆ ଦାୟିତ୍ୱାରେ ନିଯୁକ୍ତି ଦେଇଛନ୍ତି । ଆଜି ରାଜଭବନରେ ନୂତନ ସୂଚନା କମିଶନର ଭାବେ ବାଳକୃଷ୍ଣ ମହାପାତ୍ରଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଶପଥ ପାଠ ସମୟରେ ରାଜ୍ୟପାଳ ଗଣେଶୀ ଲାଲ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ବିରୋଧୀ ଦଳ ନେତା ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଉପସ୍ଥିତ ଥିଲେ ।