ନୂଆଦିଲ୍ଲୀ: ଆସନ୍ତାକାଲି ସ୍ୱାଧୀନତା ଦିବସରେ ଭାରତୀୟ ବାୟୁସେନାର ସାହସୀ ଓ୍ଵିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତମାନଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯିବ। ଫେବ୍ରୁଆରି ୨୭ ତାରିଖରେ ଶତ୍ରୁ ଦେଶ ପାକିସ୍ତାନର ଲଢୁଆ ବିମାନ ଏଫ୍-୧୬କୁ ଗୋଡ଼ାଇ ନେଇ ତା’ ଦେଶରେ ଛାଡ଼ିଥିବା ଅଭିନନ୍ଦନଙ୍କୁ ତାଙ୍କର ଦେଶ ଭକ୍ତି ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯିବ।
ତେବେ, ସେ ସମୟର ଏକ ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ ଏବେ ଜାଣିବାକୁ ମିଳିଛି। ଜାଣିବାକୁ ମିଳିଛି ଯେ ଅଭିନ୍ଦନନ ଏଫ୍-୧୬କୁ ଗୋଡ଼ାଇ ଗୋଡ଼ାଇ ଯିବା ସମୟରେ ତାଙ୍କୁ ଓ୍ଵାର୍ ରୁମ୍କୁ ଫେରି ଆସିବାକୁ ସୂଚନା ଦିଆଯାଇଥିଲା। ମାତ୍ର ପୁରୁଣା ଡିଭାଇସ୍ ହୋଇଥିବା କାରଣରୁ ସିଷ୍ଟମ୍ ଜାମ୍ ହୋଇ ଅଭିନନ୍ଦନଙ୍କ ନିକଟରେ ଉପଯୁକ୍ତ ସମୟରେ ସେହି ସୂଚନା ପହଞ୍ଚିପାରି ନଥିଲା।
ଅଭିନନ୍ଦନ ଉଡ଼ାଉଥିବା ମିଗ୍-୨୧ରେ ଯଦି ଆଣ୍ଟି-ଜାମିଂ କୌଶଳ ପ୍ରୟୋଗ ହୋଇଥାନ୍ତା ତେବେ ସେ ହୁଏତ ସୂଚନା ପାଇ ଫେରି ଆସିଥାନ୍ତେ।