ବାଲାକୋଟ ଏୟାରଷ୍ଟାଇକ କରିଥିବା ୫ଜଣ ପାଇଲଟଙ୍କୁ ମିଳିବ ବାୟୁସେନା ମେଡାଲ

ନୂଆଦିଲ୍ଲୀ: ୭୩ତମ ସ୍ୱାଧିନତା ଦିବସରେ ପାକିସ୍ତାନ ବାଲାକୋଟ ଠାରେ ଏୟାରଷ୍ଟାଇକ କରିଥିବା ୫ଜଣ ବୀର ପାଇଲଟଙ୍କୁ ମିଳିବ ବାୟୁସେନା ମେଡାଲ ପ୍ରଦାନ କରାଯିବା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । 

ସ୍ୱାଧିନତା ଦିବସରେ ୱିଙ୍ଗ କମାଣ୍ଡର ଅମିତ ରଂଜନ , ସ୍କଡର୍ନ ଲିଡର ରାହୁଲ ବସୋୟା , ପଂକଜ ଭୁଜଡ଼େ, ବିକେଏନ ରେଡ୍ଡି ଓ ଶଂଶାଙ୍କ ସିଂହଙ୍କୁ ସେମାନଙ୍କ ବୀରତ୍ୱର ପୁରସ୍କାର  ସ୍ୱରୁପ ପଦକ ପ୍ରଦାନ କରାଯିବ । ବୀରତା ପାଇଁ ପଦକ ପାଇବାକୁ ଥିବା ଏହି ସବୁ ପାଇଲଟ ୨୦୦୦ ଯୁଦ୍ଧ ବିମାନର ପାଇଲଟ । ଏହି ବୀର ପାଇଲଟ ଗୁଡ଼ିକ ହିଁ ପାକିସ୍ତାନ ଅଧିକୃତ ସୀମାରେ ଥିବା ଜୈଶ ଏ ମହମ୍ମଦର ଆତଙ୍କବାଦୀ ଆଡ୍ଡାକୁ ଉଡ଼ାଇ ଦେଇଥିଲେ । ଏହା ପୂର୍ବ ଖବର ଅନୁସାରେ ଏହି ସ୍ୱାଧିନତା ଦିବସ ଅବସରରେ ଭାରତ ସରକାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବୀର ଚକ୍ରରେ ସମ୍ମାନିତ କରିବେ । 

ସୂଚନାଯୋଗ୍ୟ ଯେ, ଫେବୃଆରୀ ୧୪ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ଯବାନ ଶହୀଦ ହେବାର  କେବଳ ୧୨ଦିନ ପରେ ଭାରତ ପାକିସ୍ତାନକୁ ମୁହତୋଡ଼ ଜବାବ ଦେଇ ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟ ଠାରେ ଏୟାରଷ୍ଟାଇକ କରାଯାଇଥିଲା । ପାକିସ୍ତାନ ଅଧିକୃତ କାଶ୍ମୀର ସୀମାରେ ୧୨ଟି ଯୁଦ୍ଧ ବିମାନ ସକାଳେ ସୀମା ଉଲ୍ଲଂଘନ କରି  ପ୍ରାୟ ୧୦୦୦ କିଲୋଗ୍ରାମରୁ ଅଧିକ ବମ୍‌ ରେ ଆକ୍ରମଣ କରି ଆତଙ୍କୀଙ୍କ କ୍ୟାମ୍ପ ମଧ୍ୟ ଧ୍ୱଂସ କରିଦେଇଥିଲେ ।