ଯୁବକ-ଯୁବତୀଙ୍କ ପ୍ରେମ ନିଶା ଖସାଇବାକୁ ହୁଏ ସ୍ୱତନ୍ତ୍ର ପୂଜା, ଜାଣନ୍ତୁ କେଉଁ ମନ୍ଦିର ଓ କେମିତି ହୁଏ ପୂଜା…

ସାହାରନପୁର : ଆପଣ ପ୍ରେମରେ ପଡିଛନ୍ତି । ପ୍ରେମରୁ ମୁକୁଳିବାକୁ ଚାହୁଁଛନ୍ତି କି ? ଆପଣଙ୍କ ପୁଅ କି ଝିଅ କିମ୍ବା ସଂପର୍କୀୟ ମାନେ ପ୍ରେମ ନିସାରେ ପଡି ପରିବାର ଇଛା ବିରୋଧରେ ବିବାହ କରିବାକୁ ଯିଦ ଧରିଛନ୍ତି କି ? ତେବେ ଆପଣ ବ୍ୟସ୍ତ ହୁଅନ୍ତୁନି ଆପଣ ବାଲ ହନୁମାନଙ୍କୁ ପୂଜା କରନ୍ତୁ । ସବୁ ମମଷ୍କାମନା ପୁରଣ ହେବ । ଏମିତି ଖବର ଏବେ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଖବର ଅନୁସାରେ ଉତ୍ତର ପ୍ରଦେଶର ସାହାରନପୁରରେଥିବା ଶ୍ରୀବାଲାଜୀ ମହାରାଜଙ୍କ ମନ୍ଦିରରେ ପୂଜାକଳା ପ୍ରେମ ନିଶାରୁ ଯୁବକ ଯୁବତୀ ମାନେ ମୁକୁଳିଥାନ୍ତି । ଶ୍ରୀବାଲାଜୀଙ୍କ ମନ୍ଦିରରେ ବାଲ ହନୁମାନ ପୂଜା ପାଉଛନ୍ତି । ଏଠାରେ ପ୍ରେମ ନିଶା ଛଡାଇବାକୁ ଲୋକେ ମାନସିକ ରଖଇ ପୂଜା କରନ୍ତି । ବଡ କଥା ହେଲା ପ୍ରେମିକ ପ୍ରେମିକା ବା ଯୁବକ ଯୁବତୀଙ୍କୁ ଏହି ପୂଜା କରିବାକୁ ଆସିବାକୁ ପଡି ନଥାଏ । ପରିବାର ନ୍ମ୍ା ସେମାନଙ୍କର ସଂପର୍କୀୟ ମନ୍ଦିରକୁ ଆସି ପୂଜା କରିବାକୁ ପଡିଥାଏ ।
ପରିବାରର ଇଛା ବିରୋଧରେ ପ୍ରେମ ବିବାହ କରିବାକୁ ଜିଦ୍‌ ଧରିଥିବା ଯୁବତୀ ଯୁବକଙ୍କ ସମ୍ପର୍କୀୟ ମନ୍ଦିରରେ ଆସି ପୂଜାର୍ଚ୍ଚନା କଲେ ସୁଫଳ ମିଳିଥାଏ ବୋଲି ରହିଛି ବିଶ୍ୱାସ। ପୂଜା ପରେ ଆଶ୍ଚର‌୍ୟ୍ୟ ଭାବେ ଯୁବତୀ ଯୁବକମାନେ ନିଜ ଜିଦ୍‌ରୁ ଓହରି ଆସି ପରିବାର ଇଛାନୁସାରେ ବିବାହ କରୁଥିବା ସ୍ଥାନୀୟ ଲୋକେ କୁହନ୍ତି। ପ୍ରତି ମଙ୍ଗଳବାର ମନ୍ଦିରରେ ଏଥିଲାଗି ସ୍ବତନ୍ତ୍ର ପୂଜା କରାଯାଇଥାଏ।