ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ଯାଜପୁର ଦେଇ ପ୍ରବାହିତ ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏସଆରସି ବୈତରଣୀ ନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଇଛି  ।

baitarani-flood

ଏସଆରସି ପ୍ରଦୀପ କୁମାର ଜେନା  କହିଛନ୍ତି ଯେ ,  ସମଗ୍ର ରାଜ୍ୟରେ ବର୍ଷା ହୋଇଛି । ବର୍ଷାରେ ତଳିଆ ଅଞ୍ଚଳରେ ପାଣି ଜମିଛି । କେନ୍ଦ୍ରାପଡା ବାରିପଦା ସମେତ ଅନ୍ୟ କିଛି ସ୍ଥାନରେ ପାଣି ଜମିଛିଏବଂ ତାକୁ ନିଷ୍କାସନ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି । ଆନନ୍ଦପୁର ପାଖରେ ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଛି । ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେବ । ଆସନ୍ତା କାଲି ଭଦ୍ରକ ଓ ଯାଜପୁରର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି । ଭଦ୍ରକକୁ ଗୋଟିଏ ଏନିଡିଆରଫ ଓ ଗୋଟିଏ ଓଡ୍ରାଫ ଟିମ ପଠାଯାଇଛି । ଯାଜପୁର କୁ ଗୋଟିଏ ଏନିଡିଆରଫ ଓ ଗୋଟିଏ ଓଡ୍ରାଫ ଟିମ ପଠାଯିବ ।  ବାରିପଦା ଓ ବାଲେଶ୍ୱରରେ ଏନିଡିଆରଫ ଓଡ୍ରାଫ ଟିମ ଅଛି ।  କେନ୍ଦ୍ରାପଡାରେ ଓଡ୍ରାଫ ଟିମ ଅଛି । ଜଗତସିଂହପୁରରେ ଓଡ୍ରାଫ ଟିମ ଅଛି । ଜଗତସିଂହପୁରରେ ହାଂସୁଆ ପାଇକାରେ ମଧ୍ୟ ଜଳସ୍ତର ବଢୁଛି ।  ବର୍ତ୍ତମାନ ଟିମ ରେଡି ଅଛନ୍ତି ଯେଉଁଠି ଆବଶ୍ୟକ ହେବ ଯିବେ ।  ମୟୁରଭଞ୍ଜ ଜିଲ୍ଲାରେ ସିକୁଳି ବ୍ଲକ ଜମୁଡ଼ି ପଂଚାୟତ ର ମହୁରିଆ ଗ୍ରାମର ନନ୍ଦିନୀ ମୁଣ୍ଡାଙ୍କର କାନ୍ଥ ପଡି ମୃତ୍ୟୁ ହୋଇଛି । ସବୁ ଜିଲ୍ଲାପାଳ ମାନଙ୍କୁ ଆଲର୍ଟ ରହିବା ପାଇଁ ନିର୍ଦେଶ ଦିଆଯାଇଛି ।

ଏ ନେଇ  ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ନିଜର ରଖି କହିଛନ୍ତି ଯେ;  ରାଜ୍ୟ ସାରା ବର୍ଷା ହୋଇଛି । ତଳି ଅଞ୍ଚଳରର ପାଣି ଜମିଛି । ଚାଷ ଜମିରେ ବି ପାଣି ଜମିଛି । ଜଳ ସଂପଦ ବିଭାଗକୁ ଜଳ ନିଷ୍କାସନ ଲାଗି ନିର୍ଦେଶ ଦିଆଯାଇଛି । ଜିଲ୍ଲାପାଳ ମାନେ ସଜାଗ ଅଛନ୍ତି । ତଳିଆ ଅଂଚଳରେ ଲୋକଙ୍କୁ ଉଦ୍ଧାର ଓ ରିଲିଫ ଯୋଗାଇ ଦେବାକୁ ନିର୍ଦେଶ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଦେବାକୁ କୁହାଯାଇଛି ।

ସେହିପରି ଜ୍ୟୋତିର୍ମୟ ରଥ(ସର୍ବୋଚ୍ଚ ଯନ୍ତ୍ରୀ ଜଳ ସମ୍ପଦ ବିଭାଗ)  କହିଛନ୍ତି ଯେ;   ଆଖୁଆପଦାଠାରେ ବିପଦ ସଂକେତ ଉପରେ ଜଳ ସ୍ତର  ପ୍ରବାହିତ ହେଉଛି ।  କିନ୍ତୁ ବୈତିରଣୀରେ ସବୁ ଜାଗାରେ ବନ୍ଧ ସୁଦୃଢ ଅଛି ।  ଯାଜପୁର, ଭଦ୍ରକ, କେନ୍ଦ୍ରାପଡାରେ ବନ୍ୟା ଆଶଙ୍କା ରହିଛି । ବ୍ରାହ୍ମଣୀ ନଦୀରେ ବି ପାଣି ଆସିବ କିନ୍ତୁ ବନ୍ୟା ଆଶଙ୍କା ଏ ପର୍ଯ୍ୟନ୍ତ ନାହିଁ ।  କୋଷ୍ଟାଲ ଅଞ୍ଚଳରେ ୧୫୦ ମିଲିମିଟର ବର୍ଷା ହୋଇଛି । ଅଭିବକ୍ତ କୋରାପୁଟ ଓ ଅଭିବକ୍ତ ଗଞ୍ଜାମ ଭଳି ଜାଗାକୁ ଛାଡିଦେଲେ ସବୁଠି ୧୦୦ ମିଲିମିଟର ରୁ ଅଧିକ ବର୍ଷା ହୋଇଛି ।  ଅମାବାସ୍ୟା କି ପୂର୍ଣ୍ଣିମା ନାହିଁ ତେଣୁ ସମୁଦ୍ରକୁ ଜଳ ନିଷ୍କାସନ ହୋଇଯିବ । ଅତି ବେଶୀରେ ଦୁଇ ଦିନ ପର୍ଯ୍ୟନ୍ତ କୋଷ୍ଟାଲର ତଳି ଅଞ୍ଚଳରେ ପାଣି ଜମି ରହିବ ।  ମହାନଦୀରେ ପାଣି ଆସିବ କିନ୍ତୁ ବନ୍ୟା ଆଶଙ୍କା ନାହିଁ  ।  ଏବେ ବଡ଼ ଧରଣର ବନ୍ୟା ଆଶଙ୍କା ନାହିଁ ।