କେନ୍ଦ୍ରାପଡାରେ ବିଜେପି ଜିତିବା ସହ ରାଜ୍ୟରେ ସରକାର ଗଢିବ: ବୈଜୟନ୍ତ

କେନ୍ଦ୍ରାପଡା: ଭୋଟିଂରୁ ସ୍ପଷ୍ଟ ହେଉଛି ଏଥର ବିଜେପି ସରକାର ଗଢିବ । ମୋଦୀ ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହେବେ । କେନ୍ଦ୍ରାପଡାରେ ବିଜେପି ଜିତିବ ଏବଂ ରାଜ୍ୟରେ ସରକାର କରିବ । ଆଜି ଏଭଳି ଭାବେ ବିଜୁ ଜନତା ଦଳକୁ କଡା ଜବାବ ଦେଇଛନ୍ତି ବିଜେପିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ।

ବୈଜୟନ୍ତ କହିଛନ୍ତି ଯେ, ଭୋଟିଂରୁ ସ୍ପଷ୍ଟ ହୋଇଯାଇଛି ଯେ ନରେନ୍ଦ୍ର ମୋଦୀ ଦେଶର ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ । ରାଜ୍ୟରେ ଏବଂ କେନ୍ଦ୍ରାପଡାରେ ବିଜେପି ଜିତିବା ନିଶ୍ଚିତ । କେନ୍ଦ୍ରାପଡାକୁ ମୋଦୀ ଏବଂ ଶାହା ନିର୍ବାଚନ ପ୍ରଚାର ପାଇଁ ଆସିବେ । କେନ୍ଦ୍ରାପଡାବାସୀଙ୍କ ପାଇଁ ସେ ନୁଆ ନୁହନ୍ତି ବୋଲି କହିଛନ୍ତି । 

ବିଜେଡି ତାଙ୍କୁ ଠକ ଏବଂ ବେଇମାନ କହିବା ପ୍ରସଙ୍ଗରେ ବୈଜୟନ୍ତ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସରକାର କେବଳ ପିସି ଦିଆ ନ ଯିବା କଥା ଉପରେ କହୁଛନ୍ତି । ସେ ନିଜେ ପିସି ନଦେଇ ୫୭ଟି ପାଣି ପ୍ରକଳ୍ପ କରିବାରୁ ବାଧା ସୃଷ୍ଟି କରାଗଲା । ବିଜେଡିର ଠକ ଏବଂ ବେଇମାନ କହିବା ପାଇଁ କୌଣସୀ ଅଧିକାର ନାହିଁ । କେନ୍ଦ୍ରାପଡାରେ ବିଭିନ୍ନ ବନ୍ଦର ଏବଂ ରେଳ ସଂଯୋଗ ନଥିଲେ ଶିଳ୍ପ ପ୍ରତିଷ୍ଠା ସମ୍ବବ ନୁହେଁ । ବିଭିନ୍ନ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଁଚିଛି । ଭିତିଭୂମୀ ପ୍ରତିଷ୍ଠା ହେଲେ ଶିଳ୍ପ ପାଇଁ ବାଟ ଖୋଲିବ ବୋଲି ସେ କହିଛନ୍ତି ।