ବିଜେପିରେ ଯୋଗ ଦେଲେ ବ୍ୟାଡମିଂଟନ ଖେଳାଳୀ ସାଇନା ନେହୱାଲ

ନୂଆଦିଲ୍ଲୀ: ବିଜେପିରେ ଯୋଗ ଦେଲେ ବ୍ୟାଡମିଂଟନ ଖେଳାଳୀ ସାଇନା ନେହୱାଲ । ସେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଦଳ ପାଇଁ ପ୍ରଚାର କରିବେ । ସେ ଦିଲ୍ଲୀ କାର୍ଯ୍ୟାଳୟଠାରେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି । ତାଙ୍କ ସହ ବଡ଼ ଭଉଣୀ ଚନ୍ଦ୍ରାଂଶୁ ନେହୱାଲ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।

ଅଲିମ୍ପିକ୍‌ରେ ୩ ଥର ଦେଶକୁ ପ୍ରତିନିଧିତ୍ୱ କରିଥିବା ନେହୱାଲ ଦ୍ୱିତୀୟ ପ୍ରୟାସରେ କାଂସ୍ୟ ପଦକ ପାଇଥିଲେ। ୧୧ଟି ସୁପରସିରିଜ୍‌ ଟାଇଟଲ୍‌ ସହ ୨୪ ଅନ୍ତର୍ଜାତୀୟ ଟାଇଟଲ୍‌ ଜିତିସାରିଛନ୍ତି।

ଦେଶର ଅଗ୍ରଣୀ କ୍ରୀଡ଼ାବିତଙ୍କ ମଧ୍ୟରେ ଅନ୍ୟତମ ସାଇନା। ବ୍ୟାଡମିଂଟନକୁ ଭାରତରେ ଲୋକପ୍ରିୟ କରାଇବାରେ ତାଙ୍କୁ ଅନେକ ଶ୍ରେୟ ଦିଅନ୍ତି। ସେ ତୃତୀୟ ଶ୍ରେଷ୍ଠ ବେସାମରିକ ସମ୍ମାନ ପଦ୍ମ ଭୂଷଣ ସହ ଦୁଇ ଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାର ପାଇସାରିଛନ୍ତି। ଦାନ ଓ ସମାଜସେବା କରୁଥିବା ଆଥଲେଟ୍‌ଙ୍କ ମଧ୍ୟରେ ତାଙ୍କ ସ୍ଥାନ ବିଶ୍ୱରେ ୧୮ ରହିଛି।