ନବବଧୁକୁ ହତ୍ୟା ଅଭିଯୋଗ : ସ୍ବାମୀକୁ ନିସ୍ତୁକ ପିଟିଲେ ଲୋକେ

ବାଲେଶ୍ବର : ନବବଧୁକୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସ୍ବାମୀକୁ ନିସ୍ତୁକ ପିଟିଲେ ଲୋକେ । ବାଲେଶ୍ବର ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତ ମଳଙ୍ଗ ଗାଁରେ ଅଭାବୀୟ ଘଟଣା । ଗାଁର ମୃତ୍ୟୁଞ୍ଜୟ ପାଢୀ ୩ ମାସ ତଳେ ପାଇକସ୍ତା ଗାଁର ଗୀତାଞ୍ଜଳି ମିଶ୍ରଙ୍କୁ ବିବାହ କରିଥିଲେ । ତେବେ ବିଭିନ୍ନ ସମୟରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା । ଗତକାଲି ଗୀତାଞ୍ଜଳି ଦଉଡି ଦେଇ ଆତ୍ମହତ୍ୟା କରିଥିବାବେଳେ ତାଙ୍କୁ ସଙ୍ଗେ ସଙ୍ଗେ ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆତ୍ମହତ୍ୟା ନୁହେଁ ଗୀତାଞ୍ଜଳିକୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିବା ପରେ ହସପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲେ । ଗାଁ ଲୋକ ମିଶି ମୃତ୍ୟୁଞ୍ଜୟଙ୍କୁ ନିସ୍ତୁକ ମାଡ ମାରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ବାମୀ, ଶାଶୁ ଓ ଶ୍ବଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି