ହଜାରେ ଲିଟର ଘିଅରେ ତିନିଦିନ ଜଳିବ ଲୋକନାଥ ମନ୍ଦିରର ବଡ଼ଦୀପ

ପୁରୀ : ମହାଶିବରାତ୍ରି ଉପଲକ୍ଷେ ପ୍ରତିବର୍ଷ ଭଳି ଲୋକନାଥ ମନ୍ଦିର ପରିସରସ୍ଥିତ ପାର୍ବତୀ ସାଗରରେ ବସିଥିବା ସବୁଠୁ ବଡ଼ ଦୀପ ଆଜିଠାରୁ ଜଳିଛି। ଆଜି ସଂଧ୍ୟାରେ ଲୋକନାଥ ଦେବଙ୍କ ଆଜ୍ଞାମାଳ ଆସିବା ପରେ ଦୀପରେ ଅଗ୍ନି ସଂଯୋଗ କରାଯାଇଥିଲା। ପୂର୍ବତନ ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ ଅତିଥି ଭାବେ ଯୋଗ ଦେଇ ଏଥିରେ ଅଗ୍ନି ସଂଯୋଗ କରିଥିଲେ। ହଜାରେ ଲିଟର ଘିଅରେ ଏହି ଦୀପ ତିନିଦିନ ଧରି ଜଳିବ। ସୂଚନାଯୋଗ୍ୟ, ଏହି ଦୀପ କଟକ ବିଡ଼ାନାସୀରେ ସ୍ବତନ୍ତ୍ର ଭାବେ ତିଆରି ହୋଇଛି। ୬ ଫୁଟ୍‌ ଲମ୍ବ, ୬ ଫୁଟ୍‌ ଓସାର ବିଶିଷ୍ଟ ଏହି ଦୀପରେ ଜଳିବା ପାଇଁ ୨ ଫୁଟ୍‌ ଗୋଲେଇ ଓ ୫ ଫୁଟ୍‌ ଲମ୍ବର ବଳିତା ପ୍ରସ୍ତୁତ କରାଯା