ଶ୍ରୀଜୀଉଙ୍କୁ ଦର୍ଶନ କରିବା ଘଟଣା: ନିଲମ୍ବିତ ଥାନାଧିକାରୀଙ୍କ ନାମରେ ବଡଚଣା ଥାନାରେ ମାମଲା

ଯାଜପୁର: ଲକ୍ ଡାଉନ୍ ନ ମାନି ମହାପ୍ରଭୁ ଶ୍ରୀଜୀଉଙ୍କୁ ଦର୍ଶନ କରିଥିବା ଘଟଣାରେ ନଲମ୍ବିତ ହୋଇଥିବା ଯାଜପୁର ଜିଲ୍ଲା ବଡ଼ଚଣା ଥାନାଧିକାରୀ ଦୀପକ କୁମାର ଜେନାଙ୍କ ବିରୋଧରେ ଆଜି ବଡ଼ଚଣା ଥାନାରେ ମାମଲା ରୁଜୁ କରାଯାଇଛି ।

ସୂଚନାଯୋଗ୍ୟ, ଲକଡାଉନର ସବୁ କଟକଣାକୁ ବେଖାତିର କରି ଜବତ ଏକ ସ୍କର୍ପିଓ ଗାଡ଼ିରେ ହଳଦିଆ ବତି ଲଗାଇ ପୁରୀ ଯାଇ ପରିବାର ସହ ଜଗନ୍ନାଥ ଦର୍ଶନ କରିବା ଦୀପକ କୁମାର ଜେନାଙ୍କୁ ମହଙ୍ଗା ପଡ଼ିଥିଲା। ତାଙ୍କର ଏଭଳି କାର୍ଯ୍ୟକୁ ପୁଲିସ ଡିଜି ଗମ୍ଭୀରତାର ସହ ନେଇ ଆଜି କାର୍ଯ୍ୟରୁ ନିଲମ୍ବିତ କରିଥିଲେ।